ଦୁଇ ବାଇକ୍ ମୁହାଁମୁହିଁ ଜଣେ ଗୁରୁତର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ଆଜି ମୟୂରଭଞ୍ଜ ଜିଲ୍ଲାର ଯାତ୍ରା ବ୍ଲକ କଇଁପୁର ଗ୍ରାମରେ ପ୍ରଷିଦ୍ଧ ଯାନ୍ତାଳ ପୂଜା ।ଏହି ପବିତ୍ର ସ୍ଥାନକୁ ପୂଜାର୍ଚ୍ଚନା କରିବା ପାଇଁ ସିମାନ୍ତ ତିରିଂବ୍ଲକର କୁଲୁଘୁଟୁ ପଞ୍ଚାୟତର ଜିରେଇ ମଦନ ବେଶ୍ରା ବାଇକ ଯୋଗେ ଆସୁଥିଲେ । ରାଇରଙ୍ଗପୁର -ଯାମଦା ରାସ୍ତାର କାହ୍ନୁ ନଦୀ ସନ୍ନିକଟ ଛକରେ ଦୁଇ ବାଇକ୍ ମୁହାଁମୁହିଁ ରେ ଛିଟିକି ପଡ଼ିଥିଲେ ।ତାଙ୍କର ଗୋଡ଼ ହାତ ଭାଙ୍ଗି ଯାଇଛି । ସ୍ଥାନୀୟ ଯୁବକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି ।


