ଦୁଇ ବାଇକ୍ ମୁହାଁମୁହିଁ ଧକ୍କା – ୨ ମୃତ, ଜଣେ ଗୁରୁତର

ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳି ଥାନା ବରପଲ୍ଲୀ ଗ୍ରାମ ଛକ ନିକଟରେ ରବିବାର ସନ୍ଧ୍ୟାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ବ୍ରହ୍ମପୁର ସଦର ଥାନା ସିକୁଳିପଲ୍ଲୀ ଗ୍ରାମର ଏ. ସୁନିଳ ପାତ୍ର (୩୮), ହିଂଜିଳି ଥାନା ମକରଝୋଳ ଗ୍ରାମର ଜି. ଗୁଜରି ମୋହନ (୪୨) ଓ ଗୁରୁତର ଆହତ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଏସ. କୃଷ୍ଣଙ୍କ ପୁଅ ଏସ. ଆଶିଷ (୧୪) । ପ୍ରକାଶ ଯେ, ରବିବାର ଅପରାହ୍ନ ପ୍ରାୟ ସାଢେ ୫ ଟାରେ ବ୍ରହ୍ମପୁର ସଦର ଥାନା ସିକୁଳିପଲ୍ଲୀ ଗ୍ରାମର ଏ. ସୁନିଳ କୌଣସି କାର୍ଯ୍ୟରେ ହିରୋ ଗ୍ଳେମର ବାଇକ (ଓଡ଼ି୦୭ଡ଼ବ୍ଳ୍ୟୁ- ୦୨୧୨) ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଟିଭିଏସ ଆପାଚି ବାଇକ୍(ଓଡ଼ି୦୭ ୱାଇ ୪୯୯୧) ଯୋଗେ ହିଂଜିଳି ଥାନା ମକରଝୋଳ ଗ୍ରାମର ଜି. ଗୁଜରି ମୋହନ ଓ ସାଥୀ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଏସ. ଆଶିଷ ଯାଉଥିବା ବେଳେ ବରପଲ୍ଲୀ ଗ୍ରାମ ଛକ ନିକଟରେ ମୁହାଁ ମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ଗୁଜରି ମୋହନଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଗୁଜରି ଓ ଆଶିଶ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ସୁନିଳଙ୍କୁ, ଡ଼ାକ୍ତର ମୃତ ଘୋଷଣା କରିଥିଲେ । ନାବାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ