ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଦୁଇ ଗୁରୁତର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ରାଇରଙ୍ଗପୁର ମୁର୍ମୁ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଦୁଇ ବାଇକ୍ ଚାଳକ ଗୁରୁତର । ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ବାଇକ୍ ଆରୋହୀଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ଗୁରୁତର ହେଲେ ବାଦାମପାହାଡ ଥାନା ଅନ୍ତର୍ଗତ କୁସୁମି ବ୍ଲକର ଜୟପୁର ଗ୍ରାମର ଜଗନ୍ନାଥ ମାର୍ଣ୍ଣି ( ୪୫ ) ଓ ଅନ୍ୟ ଜଣେ ରାଇରଙ୍ଗପୁର ବିକାଶ ନଗର ର ଡଃ ଅର୍ମାନ ପରିକ୍ଷା ( ୨୪ ) ବୋଲି ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ଦୁଇ ବାଇକ୍ ଚାଳକ ଙ୍କୁ ଜିଲ୍ଲା ଡାକ୍ତରଖାନା ପଣ୍ଡିତ୍ ରଘୁନାଥ ମୁର୍ମୁ ମେଡିକାଲ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି ସୂଚନା ଥାଉକି ନବ ବର୍ଷ ର ପ୍ରାରମ୍ଭ ରୁ ଆରମ୍ଭ ହେଲା ରାଇରଙ୍ଗପୁର ସହରରେ ଘଟଣା ଓ ଦୁର୍ଘଟଣା । ଏ ନେଇ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଦୂର୍ଘଟଣା ରୋକିବା ପାଇଁ ଜୋରଦାର ସଚେତନତା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।