ଦୁଇ ବାଇକ ଧକ୍କା, ଦୁଇ ଗୁରୁତର

ହାଟଡ଼ିହି : ସମଣା ରାସ୍ତାର ଡଙ୍କୁରୀ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବାରୁ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ସଡଙ୍ଗ ପଞ୍ଚାୟତ ସରମଙ୍ଗା ଗ୍ରାମର ବଳରାମ ସ୍ୱାଇଁ ବାଙ୍ଗାଲୋରରେ କାମ କରୁଥିବାବେଳେ କିଛିଦିନ ହେଲା ଘରକୁ ଆସିଥିଲେ । ସେ ଆସନ୍ତାକାଲି କର୍ମକ୍ଷେତ୍ରକୁ ଫେରିଯିବାକୁ ଯୋଜନା କରିଥିବାବେଳେ ଆଜି ଦୁଇ ଭାଣିଜୀଙ୍କୁ ଧରି ଛେନାପଦି ବଜାରକୁ ଡ୍ରେସ କିଣିବା ପାଇଁ ଆସୁଥିଲେ । ସେହି ସମୟରେ ଅଣା ପଟରୁ ସ୍ୱର୍ଣ୍ଣମହଲ ଯାତ୍ରାପାର୍ଟିିର ଜଣେ କଳାକାର ଅଭି କୁମାର ଇଞ୍ଚୋଳ ଅଭିମୁଖେ ବାଇକ ଯୋଗେ ଯାଉଥିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ବଳରାମଙ୍କ ଗୋଟିଏ ଗୋଡ ଭାଙ୍ଗି ଯାଇଥିବାବେଳେ କଟକ ବିଶ୍ୱନାଥପୁରର ଏହି କଳାକର ଜଣକର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ରାସ୍ତାରେ ଯାଉଥିବା ବାଟୋଇମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ମାତ୍ର ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ