ଦୁଇ ବାଇକ ମୁହାଁମୁହିଁ ଧକ୍କା : ଉଭୟ ଚାଳକ ଗୁରୁତର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :ଭଞ୍ଜନଗର ଥାନା ଅଧୀନ ମଙ୍ଗଳପୁର ନିକଟରେ ଗୁରୁବାର ସକାଳ ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଚାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ଦ୍ୱୟ ହେଲେ ମୁଜାଗଡ଼ ଗ୍ରାମର ବୀର ସାହୁ ଓ ବାହାଡାପଦର ଗ୍ରାମର ମୋତିଲାଲ ବିଷୋୟୀ । ବୀର ମୁଜାଗଡ଼ ପଟୁ ଯୋଗୀମାରି ଅଭିମୁଖେ ଆସୁଥିବା ବେଳେ ମୋତିଲାଲ ବାହାଡ଼ାପଦର ରୁ ବଡ ପଥରା ଅଭିମୁଖେ ଯାଉଥିଲେ । ଏହି ସମୟରେ ମଙ୍ଗଳପୁର ଗ୍ରାମ ନିକଟ ଏକ ବୁଲାଣି ରାସ୍ତାରେ ଉଭୟ ବାଇକ ଧକ୍କା ହୋଇଥିଲା । ଘଟଣା ସ୍ଥଳରୁ ଉଭୟ ଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୋତିଲାଲ ଙ୍କୁ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ