ଦୁଇ ବାଇକ ମୁହାଁମୁହିଁ ଧକ୍କା,୨ ମୃତ,ଜଣେ ଗୁରୁତର

ନବରଙ୍ଗପୁର,(ୱାଇଏନଏସ): ସଡକ ଦୁର୍ଘଟଣାରେ ଦୁଇ ମୃତ ଜଣେ ଗୁରୁତର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କୁଜା ଜାନିଗୁଡା ଛକ ନିକଟରେ ଦୁଇ ବାଇକ ଆରୋହୀ ଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି । ମୃତ ଦୁଇଜଣ ଚିତ୍ରକୋଟ ଗ୍ରାମର ପୁର୍ଣ ମାଝି ଏବଂ ହେମନ୍ତ ଵାଣୁଆ ବୋଲି ଜଣାପଡିଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ଜଣଙ୍କ ହେଲେ ପୂଜାରୀ ଗୁଡା ଗ୍ରାମର ସନ୍ଦୀପ କୁମାର ଭତ୍ରା ।ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଅଂଚଳ ଗୁମ୍ମା ପଂଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମର ପୂର୍ଣ୍ଣ ମାଝି ମେଗା ଓ ହେମନ୍ତ ଵାଣୁଆ ଉଭୟ ଏକ ବାଇକ ଯୋଗେ ତେନ୍ତୁଳିଖୁଣ୍ଟି ଗ୍ରାମରୁ ଅଞ୍ଚଳଗୁମ୍ମା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ ଯୋଗେ ପୂଜାରୀ ଗୁଡା ଗ୍ରାମର ସମ୍ବିତ କୁମାର ଭତ୍ରା ଆସୁଥିଲେ । କୁଜା ଜାନିଗୁଡା ଛକ ନିକଟରେ ଦୁଇ ବାଇକ ଆରୋହୀ ଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଦୁଇଜଣ ରାସ୍ତା ଉପରେ ଏବଂ ଜଣେ ଜମି ମଧ୍ୟକୁ ଛିଟିକି ପଡ଼ିଥିଲେ । ଏଥିରେ ପୁର୍ଣ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଦମକଳ କର୍ମଚାରୀ ଙ୍କ ପକ୍ଷରୁ ଉଭୟ ଗୁରୁତର ଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ହେମନ୍ତ ଙ୍କ ମୃତ୍ୟୁ ଘଟିଛି । ସେହିପରି ଗୁରୁତର ଆହତ ସମ୍ବିତ ଙ୍କ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଏବଂ ପରବର୍ତୀ ସମୟରେ କୋରାପୁଟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ! ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏକ ମାମଲା ରୁଜୁ କରାଯାଇ ଦୁଇଟି ବାଇକ କୁ ଜବତ କରାଯାଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ