ଦୁଇ ବାଇକ ମୁହାଁମୁହିଁ ଧକ୍କା ,୧ ମୃତ ୧ ଗୁରୁତର

ଦିଗପହଣ୍ଡି , ( ଯୁଗାବ୍ଦ ନ୍ୟୁଜ୍) : ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୁସଣ୍ଡ ଗ୍ରାମ ନିକଟରେ ଦୁଇ ବାଇକ ମୁହଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ ବରଣ କରିଥିବାବେଳେ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି । ମୃତକଙ୍କ ପରିଚୟ ସାନଖେମୁଣ୍ଡି ଏସ୍ ଗୋପାଳପୁର ପଞ୍ଚାୟତ ଖାରିଆଗୁଡା ଗ୍ରାମର ଦଣ୍ଡାଦି ନାୟକ ୨୫ ବୋଲି ଜଣାପଡିଛି । ଗୁରୁତର ଆହାତ ଯୁବକ ଜଣକ ଭଗବାନ ନାୟକ(୩୦) ବୋଲି ଜଣାପଡିଛି । ଆହାତ ଭଗବାନଙ୍କୁ ପ୍ରଥମେ ଦିଗପହଣ୍ଡି ରେ ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ