ଦୁଇ ବାଇକ ମୁହାଁମୁହିଁ ଧକ୍କା, କଲେଜ ଛାତ୍ରୀ ଗୁରୁତର
ହାଟଡ଼ିହି, : ଆଜି ଦିନ ୧୦ଟାବେଳେ ଆନନ୍ଦପୁର-ଭଦ୍ରକ ରାସ୍ତାର ବଞ୍ଚୋଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ୪ଜଣ ବାଇକ ଆରୋହୀ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ବଞ୍ଚୋ ଗ୍ରାମର ଦୁଇଜଣ ଯୁବକ ଏକ ବାଇକରେ ଆନନ୍ଦପୁର ପଟୁ ନିଜ ଗାଁ ଆଡକୁ ଆସୁଥିବାବେଳେ ଶଙ୍ଖୋ ଗ୍ରାମର ଜଣେ ଯୁବକ ଜଣେ କଲେଜ ଛାତ୍ରୀକୁ ବସାଇ ଆନନ୍ଦପୁର ପଟକୁ ଯାଉଥିବାବେଳେ ବଞ୍ଚୋଛକ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରେ ବସିଥିବା ୪ଜଣଯାକ ଆହତ ହୋଇଥିଲେ । ସେମାନଙ୍କୁ ହାଟଡିହି ଦମକଳ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ଏହି ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀ ଗୁରୁତର ହୋଇପଡିଥିବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ଛାତ୍ରୀଙ୍କ ଘର ଆମ୍ବୋ ପଞ୍ଚାୟତ ଶଙ୍ଖୋ ଗ୍ରାମର ଓ ସେ ଶାଳପଡା କନକ ମଞ୍ଜରୀ କଲେଜରେ ଅଧ୍ୟୟନ କରନ୍ତି ବୋଲି ଜଣାଯାଇଛି ।