ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଦୁଇ ଗୁରୁତର

ହାଟଡିହି, (ଓ୍ବାଇଏନ୍ଏସ୍) : ଆଜି ସନ୍ଧ୍ୟାରେ ଛେନାପଦି-ହଦଗଡ ରାସ୍ତାର ଶଙ୍କଟପାଲିଆ ନିକଟରେ ବାଇକ ଦୁର୍ଘଟଣା ଘଟି ଦୁଇଜଣ ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଛେନାପଦି ପଟୁ ହଦଗଡ ଆଡକୁ ଦୁଇଜଣ ବ୍ୟକ୍ତି ବାଇକରେ ଆସୁଥିବାବେଳେ ହଦଗଡ ପଟୁ ଯାଉଥିବା ଏକ ବାଇକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ତିନିଜରଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ନେଇଛନ୍ତି । ଆହତ ମାନଙ୍କ ପରିଚୟ ମିଳିପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ