ଦୁଇ ବାଲିଗାଡି ଜବତ
ବାରିକପୁର, (ଯୁଗାବ୍ଦ ନ୍ୟୁଜ):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ଦୁଇ ଗୋଟି ବାଲିଗାଡି ଜବତ କରାଯାଇଛି। ଆଜି ପ୍ରତ୍ୟୁଷରୁ ଦୁଇ ଗୋଟି ଟ୍ରକ ଆଖୁଆପଦା ସ୍ଥିତ ବୈତରଣୀ ନଦୀରୁ ବାଲି ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ପୁଲିସ ଏହାକୁ ଅଟକାଇଥିଲା। ବାଲି ପରିବହନ ବାବଦୀୟ କୌଣସି ସ୍ୱୀକୃତି ପତ୍ର ଦେଖାଇନପାରିବାରୁ ପରେ ଗାଡି ଦୁଇଟିକୁ ଜବତ କରାଯାଇଥିଲା। ଏନେଇ ଥାନା ପକ୍ଷରୁ ୨୯୫/୨୨ ଓ ୨୯୬/୨୨ରେ ଦୁଇ ଗୋଟି ମାମଲା ରୁଜ୍ଜୁ କରାଯାଇଛି।