ଦୁଇ ବାଲି ଟ୍ରକରୁ ଜୋରିମାନା ଆଦାୟ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ତହସିଲ ଅଧିନ ବୈତରଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ବର୍ଷକୁ ବର୍ଷ ଚାଲିଥିବାବେଳେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାରେ ପ୍ରଶାସନ ବିଫଳ ହେଉଥିବା ଦେଖାଯାଉଛି । ନଦୀର ଝୁଟୁଣା, ଜଗନ୍ନାଥପ୍ରସାଦ, ମଣିନାଥପୁର ଠାରୁ ଦୀର୍ଘ ୧୦/୧୫ବର୍ଷ ହେବ ବେଆଇନ ବାଲି ଚାଲାଣ ହେଉଥିବାବେଳେ ଉକ୍ତ ଘାଟକୁ ନିଲାମ ଦେବା ପାଇଁ ଦାବି ଉଠିଥିଲା । ପରିତାପ ବିଷୟ ପ୍ରଶାସନ ପକ୍ଷରୁ ଉକ୍ତ ଘାଟ ଗୁଡିକୁ ନିଲାମ ଡକାଯାଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଆଇନତଃ ଏଠାରୁ ବାଲି ଉତ୍ତୋଳନ କରିବା କଷ୍ଟକର ହୋଇପଡିଛି । ଫଳରେ ସ୍ଥାନୀୟ ଗାଡି ମାଲିକ ମାନେ ମାଫିଆ ଭୂମିକାରେ ଅବତୀର୍ଣ୍ଣ ହୋଇ ଦୈନନ୍ଦିନ ଲକ୍ଷଲକ୍ଷ ଟଙ୍କାର ବାଲି ଚାଲାଣ କରିବାକୁ ସଫଳ ହେଉଛନ୍ତି । ପୁଲିସ ଓ ତହସିଲ ପ୍ରଶାସନ ପକ୍ଷରୁ ଅନେକବାର ବେଆଇନ ଚାଲାଣ ଉପରେ ଚଢାଉ ହେଉଥିଲେ ସୁଦ୍ଧା ମାଫିଆ ମାନେ କିନ୍ତୁ ଅଧିକ ସକ୍ରିୟ ହୋଇଉଠୁଛନ୍ତି । ଏହିପରିପ୍ରେକ୍ଷୀରେ ଆଜି ଦୁଇଗୋଟି ହାୱାଇ ଟ୍ରକ ନଦୀର ଆଖୁଆପଦା ଠାରୁ ବାଲି ବୋଝେଇ କରିଯାଉଥିବାବେଳେ ତହସିଲଦାର ସରୋଜକାନ୍ତ ନାୟକ ଏହାକୁ ଜବତ କରିଥିଲେ । ବାଲିଚାଲାଣର କୌଣସି ସଠିକ କାଗଜପତ୍ର ଦେଖାଇନପାରିବାରୁ ଗାଡି ଦୁଇଟି ଠାରୁ ୨୨ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ