ଦୁଇ ମହିଳାଙ୍କ ଅଭିଯୋଗ : ଦୁଇଜଣଙ୍କ ସ୍ୱାମୀ ଗିରଫ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ଥାନା , ବାଲିପଦର ପାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ଜଣେ ଓ ଖରିଡା ଗ୍ରାମର ଜଣେ, ଏହିପରି ଦୁଇଜଣ ନିଜ ନିଜର ପତ୍ନୀଙ୍କ ଅଭିଯୋଗ କ୍ରମେ ଦୁଇ ଜଣ ଗିରଫ ହୋଇଏପ୍ରିଲ ୨୩ ତାରିଖ ଦିନ କୋର୍ଟ ଚାଲାଣ ହୋଇଥିବା ବାଲିପଦର ଫାଣ୍ଡି ଓଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ସୂଚନା ପ୍ରକାରେ ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ଅଲେଖ ପ୍ରଧାନ ସୁରାଟରେ କାମ କରୁଥିବା ବେଳେ ତାଙ୍କର ପତ୍ନୀ ଶୁଭଶ୍ରୀ ପ୍ରଧାନ ଗ୍ରାମରେ ରହୁଥିଲେ। ଅଲେଖ ସୁରାଟରେ ଅନ୍ୟଜଣେ ମହିଳାଙ୍କୁ ବିବାହ କରିଥିବା ଖବର ଶୁଭଶ୍ରୀ ଜାଣିବା ପରେ ଗ୍ରାମକୁ ଆସିଥିବା ନିଜର ସ୍ୱାମୀ ଅଲେଖଙ୍କୁ ପଚାରିବା ପରେ ସ୍ବାମୀ ଓ ପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଶୁଭଶ୍ରୀ ନିଜର ସ୍ଵାମୀ ଅଲେଖ ପ୍ରଧାନଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରକାରେ ବୁଗୁଡା ଥାନା କେସ ନଂ ୧୧୦/୨୨ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଲେଖଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେହିପରି ଖରିଡା ଗ୍ରାମର ଟୁକୁନା ବିଷୋୟୀ ନିଜର ପତ୍ନୀ ପିଙ୍କି ବିଷୋୟୀଙ୍କୁ ମାଡମାରି ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିବା ନେଇ ପିଙ୍କି ବିଷୋୟୀଙ୍କ ଅଭିଯୋଗ କ୍ରମେ ବୁଗୁଡା ଥାନା କେସ ନଂ ୧୧୯/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ଟୁକୁନା ବିଷୋୟୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ