ଦୁଇ ମୁଣ୍ଡ ଓ ତିନି ହାତ ଥିବା ବିରଳ ଶିଶୁ କନ୍ୟା ଜନ୍ମ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ସହରର ଏକ ବେସରକାରୀ ନର୍ସିଂହୋମରେ ଏକ ଦୁଇ ମୁଣ୍ଡ ଓ ତିନି ହାତ ଥିବା ବିରଳ ଶିଶୁ କନ୍ୟା ଟିଏ ଜନ୍ମ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ କଣି ଗ୍ରାମର ଅମ୍ବିକା ପରିଡା ସେହି ବିରଳ ଶିଶୁ କନ୍ୟାଟିକୁ ଜନ୍ମ ଦେଇଛନ୍ତି । ସେହି ଶିଶୁ କନ୍ୟାଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିବା ଜଣାଯାଇଛି ।


