ଦୁଇ ମୃତକଙ୍କ ପରିବାରଙ୍କୁ ଭେଟିବା ସହ ଲୋକଙ୍କ ସହ ଆଲୋଚନା କଲେ ଶ୍ରମ ମନ୍ତ୍ରୀ
ପୋଲସରା/ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦୁଇ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ଲୋକଙ୍କ ସମସ୍ୟା ନେଇ ଆଲୋଚନା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମର ଗନ୍ତେଇ ଗୌଡ଼ଙ୍କ(୪୫) ଆକସ୍ମିକ ମୃତ୍ୟୁ ଘଟିଥିଲା। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ବୁଗୁଡା ବ୍ଲକର ରାମଚନ୍ଦ୍ରପୁର ଗ୍ରାମର ବିପ୍ର ନାୟକ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ। ଘଟଣା ଜାଣିବା ପରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ବୁଗୁଡା ବ୍ଲକ ଅନ୍ତର୍ଗତ ବାଦୁଆ ଗ୍ରାମକୁ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଅକ୍ଟୋବର ୪ ତାରିଖ ଦିନ ଯାଇ ଲୋକଙ୍କ ସମସ୍ୟା ନେଇ ଆଲୋଚନା କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀ ବୃନ୍ଦ ଘଣ୍ଟ ଓ ବାଜା ବଜାଇ ଗ୍ରାମକୁ ପାଛୋଟି ନେବାସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।