ଦୁଇ ମୃତକ ପରିବାରକୁ କ୍ଷତି ପୁରଣ ଦାବିରେ ୫ଘଣ୍ଟା ରାସ୍ତା ରୋକ, ପ୍ରତିଶୃତି ପରେ ରାସ୍ତା ରୋକ ହଟିଲା
ମୋହନା,(ଅଂଶୁମାନ ପଣ୍ଡା): ମୋହନା ଥାନା ଗତ କାଲି ସନ୍ଧ୍ୟାରେ ବାଇକ କାର ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା କ୍ଷତି ପୂର୍ଣ୍ଣ ଦାବିରେ ରାସ୍ତା ରୋକ କରାଯାଇଥିଲା | ଦୁର୍ଘଟଣାରେ ମୃତକ ପରିବାରକୁ କ୍ଷତିପୁରଣ ଦାବିରେ ଆଜି ସକାଳୁ ସକାଳୁ କୁମ୍ବାର ସାଇଗ୍ରାମ ବାସୀ ମୋହନା ମେଡିକାଲ ସମ୍ମୁଖରେ ଜାତୀୟ ରାଜପଥ ୩୨୬ କୁ ଅବରୋଧ କରିଥିଲେ | ସେଇପରି ଚାନ୍ଦିପୁଟ ଗାଁରେ ରାସ୍ତାରୋକ କରିଛନ୍ତି । ଫଳରେ ଉଭୟ ମୋହନା ଠାରୁ ବ୍ରହ୍ମପୁର ଓ ରାୟଗଡା, ମୋହନା ଠାରୁ ପାରଳାଖେମୁଣ୍ଡିକୁ ଯାତାୟତ ଠପ ହୋଇଯାଇଛି । ଗତକଲି ସନ୍ଧ୍ୟରେ ମୋହନା ଥାନା ଖପୁରିପଟା ଗାଁ ନିକଟରେ ଏକ କାର ଧକ୍କାରେ ବାଇକ ଅରୋହି ଚାନ୍ଦିପୁଟ ଗାଁର ଇଷାକ ବିଷୋୟୀ ଓ ଆର.ଉଦୟଗିରି ଥାନା ଖମ୍ବାରିସାହି ଗାଁ ଶକ୍ତି ଜେନାର ମୃତ୍ୟୁ ଘଟିଥିଲା । ଆର.ଉଦୟଗିରି ଏସ୍ଡିପିଓ ଦିଲିପ କୁମାର ନାୟକ ଓ ମୋହନା ତହସିଲଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀଘଟଣା ସ୍ଥଳେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥବା ବେଳେ ଯେ ପର୍ଯ୍ୟନ୍ତ କ୍ଷତିପୂରଣ ଦିଅଯାଇ ନାହିଁ ସେ ପର୍ଯ୍ୟନ୍ତ ରାସ୍ତା ରୋକ ଚାଲୁ ରହିବ ବୋଲି ଆନ୍ଦୋଳନ କହିଥିଲେ | ଶେଷରେ ଜିଲ୍ଲାପାଳ ଅନୁପମ ସାହଙ୍କ ନିଦେଶ କ୍ରମେ ତସିଲିଦାର ଶ୍ରୀମତୀ ସଙ୍ଘମିତ୍ରା ଦେବୀ ରେଡ଼କ୍ରସ ପାଣ୍ଟିରୁ ଦୁଇ ପରିବାର କୁ୪୦ ହଜାର ଟଙ୍କା ସାହାଯ୍ୟ ଦେବା ସହ ଗାଡ଼ି ମାଲିକ ତରଫରୁ ଯାହା ସାହାର୍ଯ୍ୟ ମିଳିବ ଯୋଗାଇ ଦିଆଜିବ | ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା ଦିନ ୧୨ ଟାରେ ମୋହନା ପୋଲିସ ପ୍ରଶାସନ ପକ୍ଷରୁ ଅଟକିଥିବା ଗାଡ଼ି ଗୁଡିକ ସାଇଟ କରାଯାଇଛି |


