ଦୁଇ ମୃତ ପରିବାରକୁ ସମବେଦନା ଜଣାଇଲେ ବିଧାୟକ
ପୋଲସରା, (ଅନିଲ ମହାରଣା):ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ସେପ୍ଟେମ୍ବର ୨୯ ତାରିଖ ଦିନ ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ଓ ଜେମାଦେଇପୁର ଗ୍ରାମର ଦୁଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିବା ସହ ଗୋଟିଏ ପରିବାରକୁ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ରୁମାଗଡ ଗ୍ରାମର ଆଲିସା ମହାଙ୍କୁଡ ଗତ ୨୮/୦୯/୨୧ ତାରିଖ ଦିନ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଖବର ପାଇ ତାହାର ପରଦିନ ବିଧାୟକ ଶ୍ର ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ଓଡ଼ିଶା ସରକାର ଘୋଷଣା କରିଥିବା ଚାରି ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବା ପାଇଁ ବିଧାୟକ ଶ୍ରୀସାହୁ ପ୍ରତିଶୃତି ଦେଇଥିଲେ। ସେହିପରି ଜେମାଦେଇପୁର ଗ୍ରାମର ଦେବୀ ପ୍ରସାଦ ଶତପଥୀ(୩୫) ମୃତ୍ୟୁବରଣ କରିଥିବା ଖବର ପାଇ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ବିଧାୟକ ଶ୍ରୀ ସାହୁଙ୍କ ସହ ଜିଲ୍ଲାପରିଷଦ ସଦସ୍ୟ ଜଗନ୍ନାଥ ବେହେରା, ବ୍ରଜବନ୍ଧୁ ଦାସ, ସୁରେନ୍ଦ୍ର ସାହୁ , ବ୍ୟୋମକେଶ ଜେନା, ଗୌର ପ୍ରଧାନ, କୋକ ଗୌଡ ଙ୍କ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।