ଦୁଇ ଯବାନ ସହିଦ

ନୌସେରା- ସାରାଦେଶ ନୂଆ ବର୍ଷ ପାଳନ ପାଇଁ ଉତ୍ସବ ମୁଖର ହୋଇପଡିଥିବା ବେଳେ ଜମ୍ମୁ କାଶ୍ମୀରରୁ ଆସିଛି ଏକ ଦୁଃଖଦ ଖବର ବୁଧବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ ନୌସେରା ଅଞ୍ଚଳର ନିୟନ୍ତ୍ରଣ ରେଖା ଠାରେ ନିରାପତ୍ତା ବଳ ଓ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଚାଲିଥିବା ଭୟାବହ ଗୁଳି ବିନିମୟ ଘଟଣାରେ ସେନାବହିନୀର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ମିଳଇଥିବା ସୂତନାଅନୁସାରେ ପାକିସ୍ତାନ ଅଧିକୃତ କଶ୍ମୀରରୁ ଲୁଚି ଲୁଚି ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଅନୁପ୍ରବେଶକାରୀମାନଙ୍କୁ ଖରିର ଥ୍ରାୟାତ୍ ବଣରେ ବାଧା ଦିଆଯାଇଥିଲା । ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ଚଳପ୍ରଚଳ ସମ୍ବନ୍ଧରେ ସୂଚନା ପାଇବା ପରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ଅନୁପ୍ରବେଶକାରୀମାନେ ସୈନିକମାନଙ୍କ ଉପରକୁ ଗୁଳି ଚଳାଇବାରୁ ପ୍ରବଳ ଗୁଳିବିନିମୟ ହୋଇଥିଲା ବୋଲି ସେନା ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ