ଦୁଇ ଯୁବକ ଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା : ବଡ଼ ଭାଇ ମୃତ

ନିମାପଡ଼ା, (ସନ୍ତୋଷ ଦାଶ) :କୋଣାର୍କ ରାମଚଣ୍ଡି ଥାନା କାନପୁର ଗ୍ରାମ ର ଗଙ୍ଗାଧର ଦାସ ଓ ଗୟାଧର ଦାସ ହାଇଦ୍ରାବାଦ ରେ ଏକ ଘରୋଇ କମ୍ପାନୀ ରେ ଚାକିରୀ କରିଛନ୍ତି । ସେ କିଛିଦିନ ତଳେ ଘରକୁ ଆସିଥିଲେ। ଦୁଇ ଭାଇ ତାଙ୍କ ପଡୋଶୀ ଦେବରାଜ ରାଉତ ଙ୍କ ବାଇକ ଯୋଗେ ଘରୁ ବାହାରି ଭୁବନେଶ୍ୱର ଯାଉଥିବା ବେଳେ ନିମାପଡ଼ା – ଗୋପ ରାସ୍ତା ର ସର୍ବାପଡ଼ା ଛକ ଠାରେ ଏକ କାର ରେ ୫ଜଣ ଦୁର୍ବୃତ୍ତ ସେମାନଙ୍କୁ ମରଣାତ୍ମକ ଆକ୍ରମଣ କରି ସେମାନଙ୍କ ଠାରୁ ୨୦ ହଜାର ଟଙ୍କା, ୨୦ଗ୍ରାମ ଓଜନ ର ସୁନା ଚେନ, ୩ଟି ସୁନା ମୁଦି, ୩ଟି ଦାମୀ ମୋବାଇଲ ଲୁଟ କରିନେଇଥିବା ତାଙ୍କ ସମ୍ପର୍କୀୟ ଭାଇ ବିଷ୍ଣୁ ଚରଣ ବେହେରା ନିମାପଡ଼ା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ଅଭିଯୋଗ ର ତଦନ୍ତ କରୁଛି । ଗୁରୁତର ଆହତ ଯୁବକ ମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଥିବା ବଡ଼ ଭାଇ ଗଙ୍ଗାଧର ଦାସ ଙ୍କ ର ଗତକାଲି ମୃତ୍ୟୁ ଘଟିଥିବା ତାଙ୍କ ପରିବାର ସୂତ୍ର ରୁ ଜଣାପଡ଼ିଛି । ଏହି ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯୁବକ ଙ୍କ ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦୁବୃର୍ତ୍ତ ମାନେ ଏମାନଙ୍କୁ ଭୁଜାଲି, ଖଣ୍ଡା ପ୍ରଭୃତି ମାରଣାସ୍ତ୍ର ରେ ଆକ୍ରମଣ କରିଥିବା ଅଭିଯୋଗକାରୀ ଶ୍ରୀ ବେହେରା ପୋଲିସ ନିକଟରେ ପ୍ରକାଶ କରିଥିଲେ । ନିମାପଡା ଥାନା ପୋଲିସ ଏକ ହତ୍ୟା ମାମଲା (କେସ ନମ୍ୱର ୨୫୪/୨୨) ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନ ରେ ଚଢାଉ କରିଥିଲେ ମଧ୍ୟ ବିଫଳ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ