ଦୁଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ।

ପୋଲସରା, (ଅନିଲ କୁମାର ମହାରଣା) : ପୋଲସରା ବ୍ଲକ୍ ଅନ୍ତର୍ଗତ ପ୍ରାଣଦେଇପୁର ଶାସନ ଗ୍ରାମର ଛକ ଠାରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୁଲ୍ୟରେ ହାତୀଓଟ ଠାରୁ ଗୋକୁଳାପଲ୍ଲୀ ଭାୟା ରୁମାଗଡ ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହିପରି ପୋଲସରା ବ୍ଲକ୍ ଅନ୍ତର୍ଗତ ଭାଟ୍ଟଖାଲି ଗ୍ରାମ ଠାରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୁଲ୍ୟରେ ହାତୀଓଟ ଠାରୁ ଜେମାଦେଇପୁର, ହନୁମନ୍ତ ଟାଙ୍ଗରାପଲ୍ଲୀ, ଡୁଙ୍ଗୁରୀ ଭାୟା ଭାଟ୍ଟଖାଲି ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଛନ୍ତି। ଗ୍ରାମ୍ୟ ନିର୍ମାଣ ସହକାରୀ ଯନ୍ତ୍ରୀ ଅରବିନ୍ଦ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର ତରାଇ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟ ଝୁନୁ ଦାସ, ଠିକାଦାର ପ୍ରକାଶ ଚନ୍ଦ୍ର ସାହୁ, ରବିନ୍ଦ୍ର ନାଥ ପଣ୍ଡା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ