ଦୁଇ ଲୁଟେରଙ୍କୁ ଗିରଫ କଲା ପୋଲସରା ପୋଲିସ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ପୋଲସରା ପୋଲିସ ମାର୍ଚ୍ଚ ୧୭ ତାରିଖ ଦିନ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସମ୍ପର୍କରେ ପୁରୁଷୋତ୍ତମପୁର ଉପ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ ପ୍ରକାଶ କରିଛନ୍ତି। ସୂଚନା ପ୍ରଦାନ ପ୍ରକାରେ ପୋଲସରା ପୋଲିସ ଗୁରୁବାର ଦିନ କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ରାଜୁ ପାତ୍ର ଓ ଗୋବିନ୍ଦପୁର ଗ୍ରାମର ଶ୍ରୀକାନ୍ତ ପାତ୍ର କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ତିନୋଟି ସୁନା ମୁଦି , ବାର ଗୋଟି ରୁପା ପାଉଁଜି , ଦୁଇଟି ସୁନା କାନ ବଳା ଓ ଚାରିଗୋଟି ମୋବାଇଲ ଜବତ କରିଛି। ଉଲ୍ଲେଖଯୋଗ୍ୟ ଯେ ଗତ ଫେବୃଆରୀ ମାସ ୯ ତାରିଖ ଦିନ ପୋଲସରା ଲକ୍ଷ୍ମୀ ନାରାୟଣ ସାହି ନିବାସୀ ଜୟସିନ୍ଧୁ ପଟ୍ଟନାୟକ ଏବଂ ମଧୁସୂଦନ ପୁର କନକ ଦୁର୍ଗା ବିଦ୍ୟାପୀଠ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ଘରୁ ପୃଥକ ପୃଥକ ଘଟଣାରେ ଚୋରି ହୋଇଥିବା ନେଇ ଦୁଇଟି ମାମଲା ପୋଲସରା ଥାନାରେ ପଞ୍ଜିକୃତ ହୋଇଥିଲେ । ଜୟସିନ୍ଧୁ ପଟ୍ଟନାୟକ ଅଭିଯୋଗ କରିଥିଲେ ଯେ ସେ ଗ୍ରାମ ରେ ନଥିବା ବେଳେ କେହି ତାଙ୍କ ର କବାଟ ଭାଙ୍ଗି ନଗଦ ୮ ହଜାର ଟଙ୍କା ଓ ଗୋଟିଏ ସୁନା ମୁଦି ଚୋରି କରି ନେଇଯାଇଛି। ସେହିପରି ପ୍ରକାଶ ପଟ୍ଟନାୟକ ଅଭିଯୋଗ କରିଥିଲେ ଯେ ସେ ସ୍ୱାସ୍ଥ୍ୟ ଗତ କାରଣ ଯୋଗୁଁ ଭୂବନେଶ୍ୱର ଯାଇଥିଲେ। ଭୂବନେଶ୍ୱର ରୁ ଫେରି ଦେଖିଲେ ଯେ ତାଙ୍କ ଘରର ତାଲା ଓ ଆଲମାରୀ ଚାବି ଭାଙ୍ଗି କେହି ନଗଦ ୫୦ ହଜାର ଟଙ୍କା , ପାଞ୍ଚ ତୋଳା ଓଜନର ସୁନା ଗହଣା ଓ ଆବଶ୍ୟକୀୟ କାଗଜପତ୍ର ନେଇ ଯାଇଛି। ଏତଲା ପାଇବା ପରେ ପୋଲିସ ଅନୁସନ୍ଧାନ ଜାରି ରଖିଥିଲା। ଆଜି ଉପରୋକ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ଅପରାଧୀ ଦୁଇଜଣ ଅନ୍ୟ କେତକ ଚୋରି ଘଟଣାରେ ମଧ୍ୟ ସଂପୃକ୍ତ ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ