ଦୁଇ ଶିକ୍ଷୟତ୍ରୀଙ୍କ ମଧ୍ୟରେ କଳିଝଗଡାରୁ ତାଲା ପଡିବା ଘଟଣା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଘୋଷରାପଦା ସ୍କୁଲରେ ଗତ କିଛିଦିନ ହେଲା ଦୁଇ ଶିକ୍ଷୟତ୍ରୀଙ୍କ ଭିତରେ ବିବାଦ ସୃଷ୍ଟିହୋଇ ନିୟମିତ କଳି ଝଗଡା ଲାଗିବାଦ୍ୱାରା ବିଦ୍ୟାଳୟରେ ଶିକ୍ଷାଦାନ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ କରି ଗତକାଲି ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ । ଗତକାଲିରୁ ସ୍କୁଲ ବନ୍ଦ ହୋଇଥିଲେବି କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଭବେକ କିମ୍ବା ସ୍କୁଲ କମିଟି କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କଲେନି । ଫଳରେ ଆଜି ଦ୍ୱିତୀୟ ଦିନରେ ବି ସ୍କୁଲରେ ତାଲା ପଡିଥିବାରୁ ଶିକ୍ଷୟତ୍ରୀମାନେ ସ୍କୁଲ ବାହାରେ ବସି ବସି ଘରକୁ ଫେରିଛନ୍ତି । ଆଜି ଅପରାହ୍ନରେ ଏବିଇଓ ତଥା ବିଆରସିସି ସୁରେଶ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ସ୍କୁଲ କମିଟିର ଚେୟାରମ୍ୟାନ ଓ କିଛି କମିଟି ସଦସ୍ୟଙ୍କ ସହିତ ଆଲୋଚନା କରି ସୋମବାର ଠାରୁ ସ୍କୁଲ ଖୋଲିବାକୁ ପରାମର୍ଶ ଦେବାସହ ସୋମବାର ଦିନ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଘୋଷରାପଦା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୫ଟି ଶ୍ରେଣୀର ପିଲାମାନେ ପଢ଼ୁଥିବାବେଳେ ଦୁଇଜଣ ଶିକ୍ଷୟତ୍ରୀ ଅଛନ୍ତି । କିନ୍ତୁ ଗତ କିଛିଦିନ ହେଲା ଦୁଇ ଶିକ୍ଷୟତ୍ରୀଙ୍କ ଭିତରେ ବିବାଦ ଯୋଗୁଁ ବିଦ୍ୟାଳୟରେ ଶିକ୍ଷାଦାନ ଠିଭାବେ ହୋଇପାରୁ ନାହିଁ । ଏପରିକି ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଦୁଇଶିକ୍ଷୟତ୍ରୀ ଝଗଡା ଲାଗୁଥିବାରୁ ଏହାର କୁପ୍ରଭାବ ପିଲାମାନଙ୍କ ଉପରେ ପଡୁଛିବୋଲି ଅଭିଯୋଗ କରି ଅଭିଭାବକ ମାନେ ଗତକାଲି ଠାରୁ ବିଦ୍ୟାଳୟ ଫାଠକରେ ତାଲା ପକାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ