ଦୁଇ ଶିଶୁଙ୍କୁ ବଳିଦେବା ଉଦ୍ୟମ ଅଭିଯୋଗ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ସୋସୋ ଥାନା ଅନ୍ତର୍ଗତ ବାଙ୍ଗୋର ପଞ୍ଚାୟତର କରଡାପାଳ ଗ୍ରାମରେ ଜଣେ ମହିଳା ଦୁଇ ଶିଶୁଙ୍କୁ ବଳିଦେବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ତିନିଦିନ ତଳେ କାଳୀପୂଜା ସମୟରେ ଗାଁର ଦୁଇ ଜଣ ନା ବାଳିକା ଶିଶୁକନ୍ୟାଙ୍କୁ ଡାକିନେଇ ସେମାନଙ୍କୁ ଫୁଲମାଳ ଓ ସିନ୍ଦୁର ପିନ୍ଧାଇ ଠାକୁରଙ୍କ ଆଗରେ ଦୀର୍ଘ ସମୟ ଶୋଇଦେଇ ପୁଜାର୍ଚ୍ଚନା କରିଥିଲା । ଏହି ସମୟରେ ସଂପୃକ୍ତ ଶିଶୁ କନ୍ୟାଙ୍କ ପରିବାର ଲୋକେ ଝିଅକୁ ଡାକିବାକୁ ଆସିଥିବାବେଳେ ଛୁଆ ମାନଙ୍କ ଏପରି ଅବସ୍ଥା ଦେଖି ହତ ଚକିତ ହୋଇଯାଇଥିଲେ । ଏହି ଘଟଣା ପ୍ରଚାରିତ ହୋଇଥିବା ପରେ ଗାଁ ଲୋକଙ୍କ ଭିଡ ଜମିଥିଲା । ଏ ସମ୍ପର୍କରେ ଶିଶୁଙ୍କ ପରିବାର ପକ୍ଷରୁ ବଉଳା ଫାଣ୍ଡିରେ ଅଭିଯୋଗ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ