ଦୁଇ ସନ୍ତାନ ପାଇଁ ଜୀବନ ବୀମା କରାଇଲା ବେଲଗୁଣ୍ଠା ଅଙ୍ଗନୱାଡ଼ି କର୍ମୀ ସଂଘ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):କରୋନାର ପ୍ରଥମ ଲହରୀରେ କରୋନା ଯୋଦ୍ଧା ତଥା ବେଲଗୁଣ୍ଠା ବ୍ଳକ୍ ର ପ୍ରିୟଙ୍କା ପ୍ରଧାନ ନାମକ ଜନୈକ ଅଙ୍ଗନୱାଡ଼ି କର୍ମୀଙ୍କ ଦୁଇ ଝିଅଙ୍କୁ ସହାୟତାର ହାତ ବଢ଼ାଇଛି ବେଲଗୁଣ୍ଠା ବ୍ଳକ୍ ଅଙ୍ଗନୱାଡ଼ି କର୍ମୀ ସଂଘ I ସୂଚନା ପ୍ରକାରେ ଆଜି ସଂଘ ପକ୍ଷରୁ ମୃତ ପ୍ରିୟଙ୍କାଙ୍କ ଦୁଇ ଝିଅଙ୍କ ନାମରେ ୪୮,୫୦୦ ଟଙ୍କାର ଏକ ବୀମାରାଶି ଜୀବନ ବୀମା କମ୍ପାନୀରେ ଜମା କରାଯାଇଛି I ଆଜି ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ଏବଂ ମହିଳା ସେବା ଅଧିକାରୀଣି ଗାୟତ୍ରୀ ମିଶ୍ରଙ୍କ କାର୍ଯ୍ୟାଳୟ ପରିସରରେ ସିଡିପିଓ ଶ୍ରୀମତୀ ମିଶ୍ରଙ୍କ ସମେତ ସୁପରଭାଇଜର ଝୁନୁ ସ୍ୱାଇଁ, ପ୍ରଶାନ୍ତି ତ୍ରିପାଠି, ବୀଣା ଦିଗାଲ୍, ଅଙ୍ଗନୱାଡି ସଭାନେତ୍ରୀ କବିତା କୁମାରୀ ସାହୁ,ଉପସଭାନେତ୍ରୀ ଛବିରାଣୀ ଖଣ୍ଡୁଆଳ, ରୁନା ପ୍ରଧାନ ଏବଂ ସ୍ବର୍ଣ୍ଣଲତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଝିଅ ଦୁହିଙ୍କୁ ଏଲ୍ଆଇସି ବଣ୍ଡ୍ ପ୍ରଦାନ କରିଥିଲେ I ସଂଘର ଏହିଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ