ଦୁଇ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧନା
କୋଦଳା,(ଗୁଲସନ କୁମାର କର): ଗଞ୍ଜାମ ଜିଲ୍ଲା କୋଦଳାର ଦୁଇଜଣ କାର୍ଯ୍ୟରତ ସାମ୍ୱାଦିକ ଭଗବାନ ପାଢୀ ଓ ସନ୍ତୋଷ ସେଠୀଙ୍କୁ ଉକ୍ତ ଶ୍ରବଣ ସେବା ଅନୁଷ୍ଠାନ ତରଫରୁ କରୋନା ଯୋଦ୍ଧା ଭାବେ କୋଦଳା ନାରାୟଣୀ ମନ୍ଦିର ନିକଟରେ ସମ୍ବର୍ଦ୍ଧିତ କରାଯାଇଛି । ଏଥିସହ ଅନ୍ୟ କେତେଜଣ ଭଦ୍ର ବ୍ୟକ୍ତି ଓ ସରପଞ୍ଚଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଏହି କରୋନା ସମୟରେ ମଣିଷଙ୍କ ମଧ୍ୟରେ ଭୟ ଉପୁଜିଥିବା ବେଳେ ସାମ୍ବାଦିକ ଦ୍ୱୟ ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗରେ ମୃତ ପୋଲିସ ଏସ୍.ଆଇ ଙ୍କ ଶବକୁ ନିଜ କାନ୍ଧ ଦେଇ ମଣିଷପଣିଆ ଦେଖାଇଥିଲେ। ଉକ୍ତ ସଂଗଠନ ରେ ସମସ୍ତେ ଉପସ୍ଥିତ ଥାଇ ସେମାନଙ୍କୁ ସାବସ ଜଣାଇଥିଲେ । ଏହା ପୂର୍ବରୁ ମଧ୍ୟ ଅନେକ ସଂଗଠନ ତରଫରୁ ଏହି ଦୁଇ ସାମ୍ୱାଦିକ ସମ୍ବର୍ଦ୍ଧିତ ହୋଇଛନ୍ତି | ଏହି ମହତ କାର୍ଯ୍ୟ କରି ସାରା ଓଡ଼ିଶାରେ ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି । ଏଭଳି ଉତ୍ସର୍ଗୀକୃତ କାର୍ଯ୍ୟ କରି ସମସ୍ତଙ୍କ ପାଇଁ ସେମାନେ ଉଦାହରଣ ପାଲଟି ଯାଇଛନ୍ତି କାରଣ ଘଣ୍ଟା ଘଣ୍ଟା ଧରି ପଡିରହିଥିବା ଶବକୁ ଯେତେବେଳ ପ୍ରଶାସନିକ ଅଧିକାରୀମାନେ ମାନେ ଛୁଇଁବାକୁ ଆସିନଥିଲେ ସେତେବେଳେ ଏମାନେ ପି.ପି.ଇ କିଟ ପିନ୍ଧି ଆଗକୁ ଆସିଥିଲେ । ସମ୍ବର୍ଦ୍ଧିତ ସମୟରେ ଏହି ଅନୁଷ୍ଠାନର ସଭାପତି ବିଶ୍ଵଜିତ ପ୍ରଧାନ,ଉପ ସଭାପତି ଜଗନ କୁମାର ସେଠୀ,ସେକ୍ରେଟେରୀ ମିଥୁନ ପ୍ରଧାନଙ୍କ ସମେତ ଫିରୋଜ ପରିଡା,ଲିଟୁ ପରିଡା,ରଘୁନନ୍ଦନ ସାହୁ,ସାଗର ନାହାକ,ପ୍ରଦୀପ ପରିଡା ଓ ପଞ୍ଚାନନ ବେହେରା ଆଦି ଉପସ୍ଥିତ ଥିଲେ ।