ଦୁଇ ହଜାର,ଲିଟର ମଦ ଜବତ ଦୁଇ ଜଣଙ୍କୁ ଗିରିଫ କଲା ରମ୍ଭା ପୋଲିସ
ଗଂଜାମ, (ବିନୋଦ ପଲେଇ):ଆନ୍ଦ୍ର ସରକାର ମଦକୁ ବେଆଇନ କରିବା ପରେ , ଏହି ବ୍ୟବସାୟୀ ମାନେ ସମୁଦ୍ରପଥେ ମଦ ଚାଲାଣ କରିଆସୁଛନ୍ତି । ସମୁଦ୍ର ପଥେ ମଦ ଚାଲାଣ ନେଇ ଖବର ପାଇବା ପରେ ରମ୍ଭା ଆଇଆଇସି ଦୀପ୍ତିରଂଜନ ବେହେରା ଙ୍କ ନେତୃତ୍ୱରେ ଦୁଇଟି ଟିମ ଛଦ୍ମ ଭେସରେ ଗଂଜାମ ବ୍ଲକର ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ – ପୋଡ଼ମପେଟା ସ୍ଥିତ ବଙ୍ଗୋପସାଗରର ଗଭୀର ଜଳ ମଝିରେ ଚଢ଼ାଉ କରିଥିଲେ । ଏହି ସମୟରେ ଡ଼ଙ୍ଗାରେ ଚାରିଜଣ ସହ ତିନି ଜଣ ମଦ ବ୍ୟବସାୟୀଙ୍କ ମଧ୍ୟରେ ମୁଁହା ମୁଁହଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପୋଲିସ ଦୁଇଜଣ ମଦ ଵ୍ୟଵସାୟି ବି.ସାତୟା ଓ ବି.ରାମଙ୍କୁ ଗିରିଫ କରିବା ସହ ଦୁଇ ହଜାର ଲିଟର ମଦ ଜବତ କରିଥିଲା । ଏହି ଚୋରା ମଦ ଖଲ୍ଲିକୋଟ ବ୍ଲକର ସିକିରିରୁ ଅଣାଯାଇ ଆନ୍ଦ୍ର ପ୍ରଦେଶର ଶ୍ରୀକାକୂଳମ ଜିଲ୍ଲାକୁ ଚାଲାଣ କରାଯାଉଥିବା ଜଣାପଡିଛି ।ରମ୍ଭା ଥାନାର ସେକେଣ୍ଡ ଅଫିସର ବିକାଶ କୁମାର ସାମଲ, ହୁମ୍ମା ଫାଣ୍ଡି ଅଧିକାରୀ ଦେଵଦର୍ତ୍ତ ପ୍ରିୟଦର୍ଶୀ ,ଓ ୧୦ ଜଣିଆ ଟିମ ଭାଗ ନେଇଥିଲେ ।