ଦୁଇ ହଜାର ବଦଳରେ ହଜାରେ ଟଙ୍କା ମିଳିବା ନେଇ ପ୍ରବାସୀ ଅସନ୍ତୁଷ୍ଟ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ରାଜ୍ୟ ସରକାର ପ୍ରବାସୀ ଓଡ଼ିଆ ମାନଙ୍କୁ ଫେରାଇ ଆଣିବା ସହ ସଂଘରୋଧରେ ରଖୁଛନ୍ତି। ସଂଘରୋଧ ଅବଧି ସାରିବା ପରେ ୧୪ ଦିନିଆ ହୋମ କ୍ୟାରେଣ୍ଟ।ଇନ ରେ ସୁଚାରୂପେ ରହିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୦ ଟଙ୍କା ପ୍ରବାସୀ ଓଡ଼ିଆ ଙ୍କୁ ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି। ହେଲେ ଦୁଇ ହଜାର ବଦଳରେ ହଜାରେ ଟଙ୍କା ପ୍ରଦାନ ନେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଖବର ଆସୁଥିବା ବେଳେ ଆଜି ମଧ୍ୟ ସେମିତି ଏକ ଖବର ଆସିଛି ଭଞ୍ଜନଗର ବ୍ଳକ ଅନ୍ତର୍ଗତ ସାନକୋଦଣ୍ଡା ଗ୍ରାମ ପଂଚାୟତରୁ । ଏହି ପଂଚାୟତର ବିଭିନ୍ନ ପ୍ରବାସୀ ଓଡ଼ିଆ ମାନେ ସଂଘରୋଧ କେନ୍ଦ୍ର ଅବଧି ସାରି ୧୪ ଦିନିଆ ହୋମ କ୍ୟାରେଣ୍ଟ।ଇନ ଅବଧି ମଧ୍ୟ ସାରିଛନ୍ତି। ହେଲେ କିଛି ପ୍ରବାସୀଙ୍କୁ ୧୦୦୦ ଟଙ୍କା ମିଳିଥିବା ବେଳେ ଅନ୍ୟ କିଛି ପ୍ରବାସୀଙ୍କୁ ଏହା ମିଳିନାହିଁ। ଫଳରେ ଏ ନେଇ ପ୍ରବାସୀ ମାନେ ୨ହଜାର ବଦଳରେ ହଜାରେ ଟଙ୍କା ମିଳିବା ନେଇ ଅସନ୍ତୋଷ ଜାହିର କରିଛନ୍ତି। ଏ ନେଇ ବିଡ଼ିଓ ଅନିଲ କୁମାର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ଟଙ୍କା ବ୍ଳକକୁ ଆସିଛି। ପ୍ରବାସୀ ମାନେ ୧୪ଦିନିଆ ହୋମ କ୍ୟାରେଣ୍ଟ।ଇନ ଅବଧି ସାରିବା ପରେ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଆଗାମୀ ୩/୪ ଦିନ ମଧ୍ୟରେ ପଂଚାୟତରେ ବାକି ୧୦୦୦ ଟଙ୍କା ପ୍ରଦାନ କରାଯିବ