ଦୁଗ୍ଧ ଗାଡ଼ି ସହ ବାଇକ ଧକ୍କା ଜଣେ ମୃତ ଦୁଇ ଗୁରୁତର
ରାଇରଙ୍ଗପୁର(ଯୁଗାବ୍ଦ ନ୍ୟୁଜ) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର (ରାଇରଙ୍ଗପୁର ଠାରୁ ୧୦କିମି) କାଦୁଆଣିପାଖରେ ଗୁରୁବାର ସକାଳ ସମୟରେ ଦୁଗ୍ଧ ଗାଡ଼ି ଓଡି ୧୩ ଏବଂ ୨୭୨୮ ସହ ଓଡି ୦୧ ଏ ୧୬୧୩ ଧକ୍କା ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ୩ଜଣ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର । ୧୦୮ ଆମ୍ବୁଲାନ୍ସରେ ୩ଜଣଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା ।ମୃତକ ହେଲେ ମୁକେଶ ମହାକୁଡ଼ ଘ-କରଂଜିଆ ନିକଟସ୍ଥ କେରକେରା ପଞ୍ଚାୟତର ମାନିବା ଗାଁ ।ଗୁରୁତର ମଧ୍ୟରୁ ଜଣେ ନାଁ ତା’ର ଝଲକ ଗଇପେଇ , ଝାରଖଣ୍ଡ ରାଜ୍ୟର ମାନଝାରି ଥାନା ଅନ୍ତର୍ଗତ ଚିତିରିମାଟି ଗାଁ । ପରିସ୍ଥିତି ବିଗିଡିବାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଜଣେ ହେଲେ ବିଜୁ ବାଙ୍କିରା ଘର ରରୁଆଁ ଥାନା ଅନ୍ତର୍ଗତ ବାରିଆ ଗାଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।