ଦୁଡୁଙ୍ଗା ଶାସନ ନିକଟରେ ଦୁଇ ଗୋଟି ବାଲିଗାଡି ଦବିଯାଇଥିବାରୁ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଧିନରେ ଏବେ ୪ରୁ ଉର୍ଦ୍ଧ୍ବ ବାଲି ଘାଟ ଚାଲିଥିବା ବେଳେ ବଳିବୋଝେଇ ଟ୍ରକ ଗୁଡ଼ିକର ବେପରୁଆ ଗାଡ଼ି ଚାଳନା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଅଣା-ସମଣା ରାସ୍ତା ଓ ବରାଙ୍ଗ ଠାରୁ ହାବେଳେଶ୍ୱର ରାସ୍ତାରେ ଭରିଯାନ ଚଳାଚଳ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ଆଜି ବରାଙ୍ଗ ଠାରୁ ହାବେଳେଶ୍ୱର ରାସ୍ତାର ଦୁଡୁଙ୍ଗା ଶାସନ ଠାରେ ଦୁଇ ଗୋଟି ବାଲିଗାଡି ଦବିଯିବାରୁ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏପରିକି ଏହି ରାସ୍ତା ଉପରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ସ୍କୁଲ୍ ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବାରୁ ବଞ୍ଚିତ ହୋଇଥିଲେ। ସ୍କୁଲ ଗାଡ଼ି ଗୁଡ଼ିକ ଯାଇ ନପାରିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଫେରି ଆସିଥିଲେ। ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ଯ ଫେରିଯାଇ ଅନ୍ୟ ରାସ୍ତାରେ ଯିବାକୁ ବାଧ୍ୟ ହୋଇଥିଲା।ପ୍ରତି ମାସରେ ବାରମ୍ବାର ଏପରିbଘଟଣା ଘଟୁଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ