ଦୁତିମେଣ୍ଡି ପଞ୍ଚାୟତ ସରପଞ୍ଚଙ୍କ ଦ୍ୱାରା କଣ୍ଟେନମେଣ୍ଟ ଘୋଷଣା
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତର କୋଳିସାହି ଅଞ୍ଚଳରେ ରବିବାର ଜଣେ ପଜିଟିଭ୍ ଚିହ୍ନଟହେବା ପରେ ଜିଲାପାଳଙ୍କ କ୍ଷମତା ବଳରେ ଦୁତିମେଣ୍ଡି ସରପଞ୍ଚ ଧନଞ୍ଜୟ ମଲିକ ସଂପୃକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରିବା ସହିତ ଏନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଚିଠିଦ୍ୱାରା ଅବଗତ କରିଛନ୍ତି। ସଂପୃକ୍ତ ଗ୍ରାମ ମାନଙ୍କରେ ପଂଚାୟତ ପକ୍ଷରୁ ବାଡ଼ ପକାଇ ଦିଆଯାଇଛି। ପଂଚାୟତ ନିର୍ବାହୀ ଅଧିକାରୀ ଅମିୟ କୁମାର ମହାନ୍ତି, ୱାର୍ଡ଼ ମେମ୍ବର ତାପସ କୁମାର ଦଣ୍ଡିଆ ପ୍ରମୁଖ ଏଥିରେ ସହଯୋଗ କରିଛନ୍ତି। ସେହିଭଳି ଜିଲାପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ସମ୍ପୃକ୍ତ ଗ୍ରାମରେ ଆରମ୍ଭ ହୋଇଛି ଘରକୁ ଘର ଯାଇ ସ୍କ୍ରିନ୍। ଦୁତିମେଣ୍ଡି ଉପସ୍ୱାସ୍ଥ୍ୟକେନ୍ଦ୍ରର ଏଏନ୍ଏମ୍ଙ୍କ ରଞ୍ଜିତା ମଲିକ, ଲକ୍ଷ୍ମୀ ନାୟକ, ବିନତି ନାୟକ ,ଓ ଆଶା କର୍ମୀ ବାସନ୍ତି ସେଠୀ, ସ୍ୱାସ୍ଥ୍ୟକର୍ମୀ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଘରକୁ ଘର ଯାଇ ସ୍କ୍ରିନ୍ କରୁଥିବା ପ୍ରକାଶ।