ଦୁଧିଆଣି ଓ ଠାକୁରମୁଣ୍ଡା ବନାଞ୍ଚଳ ରେ ଗଜସାଥି ଙ୍କ ତାଲିମଶିବିର ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ଓ ଠାକୁରମୁଣ୍ଡା ବନାଞ୍ଚଳ ରେ ଗଜସାଥି ଙ୍କ ତାଲିମଶିବିର ଅନୁଷ୍ଠିତ ହୋଇଯାଇଛି।ଆଜି ଦିବା ୧୧ ଘଟିକା ସମୟରେ ଦୁଧିଆଣି ବନାଞ୍ଚଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ସଭାପତିତ୍ୱ ରେ ମୁଖ୍ୟଅତିଥି ରୂପେ ଡିଫଓ ଶ୍ରୀକାନ୍ତ ନାଏକ ଉପସ୍ଥିତ ହୋଇ ଶିବିର କୁ ଉଦଘାଟନ କରିଥିଲେ।ବନବିଭାଗ ର ମାନ୍ୟତାପ୍ରାପ୍ତ ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ୱାଳ ଗଜସାଥି ଓ ବନବିଭାଗ କର୍ମଚାରୀ ଙ୍କୁ ହାତୀଙ୍କ ଅଭ୍ୟାସ ଓ ଜଙ୍ଗଲ ରୁ ଜନବସତି ଆଡକୁ ଆସିଯାଉଥିବା ସମୟରେ କିଭଳି ଗ୍ରାମବାସୀ ଙ୍କୁ ସଚେତନ କରିବେ ହାତୀ ଙ୍କୁ କିଭଳି ବିନା କୌଣସି କ୍ଷତି ପହଞ୍ଚାଇ ସେଠାରୁ ଘୋଉଡେଇବା ହାତୀଙ୍କ ଚଲାପଥ ରେ ହାତୀମାନେ କୌଣସି ବାଧା ବିନା କିଭଳି ଚଳାଚଳ କରିପାରିବେ ହାତୀ ମାନଙ୍କ ସୁରକ୍ଷା ଦିଗରେ କଣ କଣ ପଦକ୍ଷେପ ନିଆ ଯାଇ ପାରିବ ସେନେଇ ପ୍ରଶିକ୍ଷଣ ଶିବିରରେ ବିସ୍ତୃତ ଆଲୋଚନା କରିବା ସହ ସଚେତନ କରେଇଥିଲେ। ହାତୀ ମାନଙ୍କ ଗତିବିଧି, ଚାଲିଚଲଣ, ପରିବେଶ, ପରିସ୍ଥିତି, ହାଭ ଭାବ, ହାତୀ ମଣିଷ ଲଢେଇ ଆଦି କାରଣ ଲକ୍ଷଣ ରୁ କିପରି ହାତୀଙ୍କ ଭାଵନା ଜାଣି ହେବ ଏବଂ ସୁରକ୍ଷା ଦିଆଯାଇ ପାରିବ ଯାହାଦ୍ୱାରା ଜନଜୀବନ ଓ ଲୋକଙ୍କ ସମ୍ପତି ଓ ଚାଷ ସୁରକ୍ଷିତ ରହିବ କମରୁ କମ କ୍ଷତି ହେବ ସେ ବିଷୟ ରେ ସବିଶେଷ ଭାବେ ବୁଝାଇବା ସହିତ ହାତୀଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଯତ୍ନବାନ ହେବାକୁ ପରାମର୍ଶ ଦେବାସହିତ ବିଭିନ୍ନ କୌଶଳ ସମ୍ପର୍କ ରେ ତାଲିମ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଫୋରେଷ୍ଟର ଠାକୁରଦାସ ହେମ୍ବ୍ରମ, ବିଦ୍ୟାଧର ମହାନ୍ତ, ଦେବଶ୍ରୀ ମହାନ୍ତ, ଯତୀନ୍ଦ୍ର ବେହେରା, ଭବାନୀ ବେହେରା, ଏବଂ ବନାଞ୍ଚଳ ର ସମସ୍ତ କର୍ମଚାରୀ ଙ୍କ ସମେତ ଓଡିଶା ବନ୍ୟ ଉନ୍ନୟନ ପ୍ରକଳ୍ପ ଭାଗ ୨ ର ସମସ୍ତ କର୍ମଚାରୀ ଓ ବନାଞ୍ଚଳ ର ପ୍ରତ୍ୟେକ ଗ୍ରାମରୁ ୫ ଜଣ ଗାଜସାଥି ଏଥିରେ ସାମିଲ ହୋଇଥିଲେ।ସେହିପରି ଅପରାହ୍ନ ୩ ଘଟିକା ସମୟରେ ଠାକୁରମୁଣ୍ଡା ବନାଞ୍ଚଳ କାର୍ଯ୍ୟାଳୟରେ ଆୟୋଜିତ ତାଲିମ ଶିବିରରେ ବନାଞ୍ଚଳ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ଫୋରେଷ୍ଟର ତପନ ମହାନ୍ତ,ସମାଜସେବୀ ପଦ୍ମଲୋଚନ ନନ୍ଦ,ନଳିନୀକାନ୍ତ ମହାନ୍ତ ଙ୍କ ସମେତ ସମସ୍ତ କର୍ମଚାରୀ ଓ ଗଜସାଥି ଉପସ୍ଥିତ ଥିଲେ।


