ଦୁନିଆର ଭଲ ଗାଁ

ଭାରତକୁ ଗାଁ ମାନଙ୍କର ସମାହାର କୁହାଯାଏ । ଆମର ଏଠି ଅନେକ ପ୍ରକାର ଗାଁ ରହିଛି ଏବଂ ସମସ୍ତ ଗ୍ରାମର କିଛି ନା କିଛି ବିଶେଷତ୍ୱ ରହିଥାଏ । ତେବେ ଏପରି କିଛି ଗ୍ରାମ ଅଛି ଯେଉଁ ଗ୍ରାମ ପାଇଁ ଆମେ ଗର୍ବ କରିବା । ଏହି ଗ୍ରାମଗୁଡିକ ନିଜର ସୁନ୍ଦରତା, ସାକ୍ଷରତା, ମୌଳିକ ସୁବିଧା ପାଇଁ ଚର୍ଚ୍ଚିତ । ଆସନ୍ତୁ ଜାଣିବା ସେହିଭଳି କିଛି ଗାଁ ବିଷୟରେ…
ପୋଥନିକ୍କଡ଼, କେରଳ
ସାକ୍ଷରତା ହାର ଶତ ପ୍ରତିଶତ । ଏଠିକାର ବାସିନ୍ଦା ସମସ୍ତେ ସାକ୍ଷର । ଯାହା ଭାରତ ପାଇଁ ଗର୍ବର ବିଷୟ ।
ମଲାୟଙ୍ଗ, ମେଘାଳୟ ସୁନ୍ଦରତା କ୍ଷେତ୍ରରେ ମୋଘାଳୟର ଏହି ଗାଁ ଅନନ୍ୟ । ନିଜର ସୁନ୍ଦରତା ପାଇଁ ସର୍ବଦା ପ୍ରଶଂସା ସାଉଁଟିଥାଏ ଏହି ଗାଁ । ୨୦୦୩ରେ ମଲାୟଙ୍ଗକୁ ଏସିଆର ସ୍ୱଚ୍ଛ ଗାଁ ଭାବେ ପୁରସ୍କୃତ କରାଯାଇଥିଲା । ଏଠାରେ ଥିବା ଆକର୍ଷକ ପୁଲ୍ ଓ ଝରଣା ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏଠିକାର ସ୍ଥାନୀୟ ଖାଦ୍ୟ ମଧ୍ୟ ବେଶ୍ ସ୍ୱାଦିଷ୍ଟ ।ଶନି ସିଙ୍ଗାପୁର, ମହାରାଷ୍ଟ୍ର ଏହି ଗାଁଟି ଏକ ଅଜବ କଥା ପାଇଁ ଚର୍ଚ୍ଚିତ । ଆଜିକାଲି ଏଭଳି ଅପରାଧ ବଢ଼ି ଚାଲିଛି ଯେ, ସମସ୍ତ ସ୍ଥାନରେ ପୁଲିସ୍ ଥାନା ରହିଛି । ହେଲେ ମହାରାଷ୍ଟ୍ରର ଏହି ଗ୍ରାମରେ ଗୋଟେ ବି ପୁଲିସ ଷ୍ଟେସନ୍ ଦେଖିବାକୁ ପାଇବେ ନାହିଁ । ଏହା ବ୍ୟତୀତ ଏଠାକାର କୌଣସି ଘରେ କବାଟ ମଧ୍ୟ ନାହିଁ । ଦୁନିଆର ସବୁଠାରୁ ସୁରକ୍ଷିତ ଗ୍ରାମ ଭାବେ ଏହା ଜଣାଶୁଣା । ପୂସଂରୀ, ଗୁଜରାଟ ଆଜିକାଲିର ଆଧୁନିକ ଯୁଗରେ ପ୍ରାୟ ସବୁ ସହର ସିସି ଟିଭିର ଆଖିରେ ରହୁଛି । ହେଲେ କୌଣସି ଗାଁରେ ସିସି ଟିଭି ଲାଗିଥିବା ଆପଣ ଶୁଣିନଥିବେ । ହେଲେ ଗୁଜୁରାତର ପୂସଂରୀ ଏଭଳି ଗ୍ରାମ ଯେଉଁଠି ପୂରା ଗାଁରେ ରହିଛି ସିସି ଟିଭି ଓ ୱାଇଫାଇ । ଯାହା ଏହି ଗାଁକୁ ଆଧୁନିକ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ