ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ରେଳମାର୍ଗ
ଯଦି ଆପଣ ରୋମାଞ୍ଚ ଭରା ଯାତ୍ରା କରିବାକୁ ପସନ୍ଦ କରନ୍ତି, ତାହା ହେଲେ ଏହି ଖବର ଆପଣଙ୍କ ପାଇଁ । ଆଜି ଆପଣଙ୍କୁ ଏହିପରି କିଛି ରେଳ ଲାଇନ୍ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କି ପାଦେ ପାଦେ ମୃତ୍ୟୁକୁ ସାମନା କରିବାକୁ ପଡିବ । ସେହିସବୁ ରେଳ ମାର୍ଗ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ମାର୍ଗ ହେବା ସହ ବହୁତ ସୁନ୍ଦର ଓ ମନଲାଭା ମଧ୍ୟ । ତାହା ହେଲେ ଆସନ୍ତୁ ଜାଣିବା ସେହି ସବୁ ରେଳ ମାର୍ଗ ବିଷୟରେ ।
–ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ବନଡଙ୍ଗ୍କୁ ରେଳ ଯାତ୍ରା କଲାବେଳେ ଏକ ପୋଲ ଦେଇ ଗତି କରିବାକୁ ପଡ଼ିଥାଏ । ଯେଉଁ ପୋଲ ବହୁତ ଉଚ୍ଚା । ଏହାକୁ ଗେଡ୍ ରେଳମାର୍ଗ ବୋଲି କୁହାଯାଏ । ଏହି ପାଲର ଦୁଇ ପାଶ୍ୱର୍ରେ ବାଡ଼ ଲାଗିନାହିଁ । ଏହି ମାର୍ଗରେ ଗଲା ବେଳେ ଆପଣଙ୍କୁ ଡର ଲାଗିବ ନିଶ୍ଚୟ । ଏଥିପାଇଁ ଏହି ପୋଲ ବାଟେ ରେଳ ଗଲାବେଳେ ଯାତ୍ରୀମାନଙ୍କର ନିଃଶ୍ୱାସ ଅଟକିଯାଏ । ଭୟଭୀତ ହୋଇ ବହୁ ଯାତ୍ରୀ ଚିକ୍ରାର ମଧ୍ୟ କରିଥାନ୍ତି । ମାତ୍ର ଭୟରୁ ବାହାରକୁ ଆସି ଯଦି ଆପଣ ତଳକୁ ଦେଖିବେ, ତାହା ହେଲେ ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟ ଦେଖିପାରିବେ ।
-ସେହିପରି ଆଉ ଏକ ବିପଦପୂର୍ଣ୍ଣ ରେଳମାର୍ଗ ମିଆଁମାର ସୀମାରୁ ଥାଇଲ୍ୟାଣ୍ଡର କାଞ୍ଚନପୁରୀ ପ୍ରଦେଶ ମଧ୍ୟରେ ଅବସ୍ଥିତ । ଏହି ରେଳ ମାର୍ଗର ନାମ “ଦ ଡେଥ ରେଲ୍ୱେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହି ମାର୍ଗକୁ ଜାପାନିମାନେ ତିଆରି କରିଥିଲେ । ଏହି ରେଳମାର୍ଗ ନଦୀ କଡ଼େ କଡ଼େ ଘନ ଜଙ୍ଗଲ ମଧ୍ୟ ଦେଇ ଯାଇଛି । ଏହି ରେଳ ଲାଇନ୍ ଯାହା ବହୁତ୍ ସୁନ୍ଦର ଏବଂ ବିପଦପୂର୍ଣ୍ଣ ମଧ୍ୟ ।
–ଜାପାନର ଆଶା ମାନାମି ରେଳମାର୍ଗରେ ରେଳ ବହୁତ ଧୀରେ ଚାଲିଥାଏ । ଏଠାରେ ଜ୍ୱାଲାମୁଖି ଫାଟିବାର ବହୁତ ଆଶଙ୍କା ରହିଥାଏ । ରେଳ ଯିବା ସମୟରେ କେତେବେଳେ ଯେ ଜ୍ୱାଲାମୁଖି ଫାଟିବ ତାହା କହିହୁଏ ନାହିଁ । ତେଣୁ ବହୁତ ବିପଦପୂର୍ଣ୍ଣ ରେଳ ଯାତ୍ରା ମଧ୍ୟରେ ଏହା ମଧ୍ୟ ସାମିଲ୍ ।
–ଅଷ୍ଟ୍ରେଲିଆର କୁରାନ୍ଦା ସ୍କେନିକ୍ ରେଳପଥରେ ଗଲା ବେଳେ ଲୋକମାନଙ୍କ ନିଶ୍ୱାସ ଅଟକିଯାଇଥାଏ । ଏହି ରେଳ ଲାଇନ୍ ବରୋନ ଗୋର୍ଗେ ଜାତୀୟ ଉଦ୍ୟାନ ଦେଇ ଯାଇଥାଏ । ଫଟୋରେ ଏହାର ସୁନ୍ଦର ଚିତ୍ର ଦେଖି ପାରିବେ । ଏହା ଆପଣଙ୍କ ମନକୁ ବିମୋହିତ କରିବ ନିଶ୍ଚୟ । ଏହି ପଥକୁ ଦେଖି ହିଁ ଆପଣ ଅନୁମାନ କରିପାରିବେ ଏହା କେତେ ବିପଦପୂର୍ଣ୍ଣ ।
–ଭାରତର ଚେନ୍ନାଇ ରାମେଶ୍ୱରମ୍ ରେଳମାର୍ଗ ୨ କିମିରୁ ବି ଅଧିକା ଲମ୍ବା । ସମୁଦ୍ରରେ ଏହି ପୋଲ ତିଆରି ହୋଇଛି । ଏହି ସୁଦୀର୍ଘ ପୋଲ ଦେଇ ଯିବାବେଳେ ଆପଣଙ୍କୁ କିଛି ସମୟ ପାଇଁ ମାଟି ଦେଖାଯିବ ନାହିଁ । ଏହି ରେଳ ମାର୍ଗ ଦେଖିବାକୁ ଯେତେ ସୁନ୍ଦର ସେତେ ବିପଦପୂର୍ଣ୍ଣ ମଧ୍ୟ ।