ଦୁନିଆ ଛାଡ଼ିବାକୁ ଚାହାନ୍ତିନି ପ୍ୟାରିସ
ସୋସାଲାଇଟ୍ ପ୍ୟାରିସ୍ ହିଲ୍ଟନ ସବୁବେଳ ପାଇଁ ଜୀବତ ରହିବାକୁ ଚାହୁଛନ୍ତି। କାରଣ ତାଙ୍କ ହିସାବରେ ଯଦି ତାଙ୍କ ମୃତ୍ୟୁ ହୋଇଯାଏ, ତେବେ ସେଠାରେ ଯଦି କିଛି ନ ଥିବ, ତେବେ ସେ ବୋର୍ ହୋଇଯିବେ। ମିଡିଆକୁ ସାକ୍ଷାତକାର ଦେଇ ହିଲ୍ଟନ କହିଛନ୍ତି ଯେ ମୃତ୍ୟୁ ତାଙ୍କୁ ଡରାଉଛି। କାରଣ ସେ ଜାଣି ନାହାନ୍ତି ଏହା ପରେ କ’ଣ ହେବ। ସେ ଚାହୁ ନାହାନ୍ତି ସେଠାରେ କିଛି ବି ନ ଥାଉ ଆଉ ସେ ବୋର୍ ହୋଇଯାଆନ୍ତୁ ବୋଲି। ହିଲ୍ଟନ ଆହୁରି ମଧ୍ୟ କହିଛନ୍ତି ଯେ ଏଥିପାଇଁ ସେ ଜରିଆ ଖୋଜୁଛନ୍ତି। ନିଜକୁ ଫ୍ରିଜ୍ କରିବା କିମ୍ବା ଯୁବା ରହିବା ପାଇଁ କୌଣସି ଔଷଧର ଆବିଷ୍କାର କରିବା ଉଚିତ। ଯାହାଫଳରେ ଲୋକେ ସବୁବେଳ ପାଇଁ ଜୀବିତ ରହିପାରିବେ। ଯେମିତି ‘ଡେଥ୍ ବିକମ୍ସ ହର୍’ ସିନେମାରେ ହୋଇଥିଲା ବୋଲି ହିଲ୍ଟନ କହିଛନ୍ତି। ହିଲ୍ଟନ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି, କାରଣ ସେ ବିନା କସ୍ମେଟିକ୍ ସର୍ଜରୀରେ ନିଜ ଯୌବନକୁ ଅକ୍ଷୁଣ୍ଣ ରଖିପାରିଛନ୍ତି।