ଦୁବାଇରୁ ମୁକ୍ତ ହୋଇ ଫେରିଥିବା ୧୦ ଓଡିଆ ଶ୍ରମିକଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) – କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରେ ଫସିରହିଥିବା ସମସ୍ତ ୧୦ ଜଣ ଓଡିଆ ଶ୍ରମିକ ବୈଦେଶିକ ମନ୍ତ୍ରାଳୟ ସହଯୋଗରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ବୁଧବାର ଦିଲ୍ଲୀ ଫେରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସମସ୍ତ ଓଡିଆ ଶ୍ରମିକଙ୍କୁ ଶ୍ରୀ ପ୍ରଧାନ ସ୍ୱାଗତ କରିବା ସହ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ବୈଦେଶିକ ବ୍ୟପାର ମନ୍ତ୍ରୀ ଶୁଭ୍ରମଣ୍ୟମ ଜୟଶଙ୍କର ଏବଂ ଦୁବାଇ ସ୍ଥିତ ଭାରତୀୟ ଦୂତବାସକୁ ଧନ୍ୟବାଦ ଜଣାଇଛନ୍ତି । ଏ ସମ୍ପର୍କିତ ପ୍ରଶ୍ନରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ଓଡିଶାର ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମ ଜିଲ୍ଲାର ୧୦ଜଣ ଓଡିଆ ଶ୍ରମିକଙ୍କୁ ଦୁବାଇର ଶାରଜାହାଁରେ ରଡ ବାନ୍ଧିବା କାମରେ ଲଗାଯାଇଥିଲା । ଅଧିକ ରୋଜଗାର କରିବା ଆଶାରେ ସେମାନେ ଦୁବାଇକୁ ଯାଇଥିଲେ । ସେମାନଙ୍କୁ ସେଠାରେ ନିର୍ଯ୍ୟାତନା ଦିଆଯାଉଥିବା
ଗଣମାଧ୍ୟମରୁ ସୂଚନା ମିଳିବା ପରେ ଏ ସମ୍ପର୍କରେ ସେ ନବନିଯୁକ୍ତ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ପତ୍ର
ଲେଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ