ଦୁବାଇରେ ଫସିଛନ୍ତି ୧୭ ଶ୍ରମିକ

ଖଲ୍ଲିକୋଟ  , (ଯୁଗାବ୍ଦ ନ୍ୟୁଜ)  ଖଲ୍ଲିକୋଟ ବ୍ଲକରେ ଦିନକୁ ଦିନ ଉକ୍ରଟ ବେକାରୀ ସମସ୍ୟା ବଢିବା ସହିତ ଯୁବକମାନଙ୍କର କର୍ମ ନିଯୁକ୍ତି ପାଇଁ କୌଣସି କ୍ଷୁଦ୍ର କିମ୍ବା ମଧ୍ୟମ ଧରଣର ଶିଳ୍ପ ନଥିବା ଯୋଗୁଁ ବେକାର ଯୁବକମାନେ କାମଧନ୍ଦା ଅନ୍ୱେଷଣରେ ଦାନବ ଦଲାଲମାନଙ୍କ ପ୍ରରୋଚନାରେ ପଡି ଅଧିକ ରୋଜଗାର ପାଇଁ ଦାନବ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଚାଲଣ ହେଉଥିବାବେଳେ ନିର୍ଯାତନାର ଶିକାର ହୋଇ ଫେରୁଥିବା ଦେଖିବାକୁ ମିଳିଛି । ସେହିପରି ଭାରତ ବାହାର ଆରବୀୟ ଦେଶମାନଙ୍କୁ ଶ୍ରମିକ ଭାବେ ପ୍ରତିଦିନ ପାସପୋର୍ଟ କରି ଲକ୍ଷ ଲକ୍ଷ ଟଙ୍କା ବ୍ରୋକରମାନଙ୍କୁ ଦେଇ ଯାଉଛନ୍ତି । ଗତବର୍ଷ ମହେଶ୍ୱରପୁର ଓ କହ୍ନେଇପୁର ଗ୍ରାମର ୨ଜଣ ଯୁବକ ଆରବ ରଷ୍ଟ୍ର ମାନଙ୍କୁ ଯାଇଥିବାବେଳେ ଦଲାଲ ମାନଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । ସେହିପରି ଗତ ୮ମାସ ତଳେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କିରାଣୀ ଓ ମାଣିକପୁର ଗ୍ରାମର ୧୭ଜଣ ବେକାର ଯୁବକ ଦିନକୁ ମଜୁରୀ ୯୦୦ ଓ ଖାଇବା ୨୦୦ଟଙ୍କା ସମେତ ଔଷଧ ଖର୍ଚ୍ଚ ଦେବା ଚୁକ୍ତି କରି ମାଣିକପୁର ଗ୍ରାମର କାର୍ତ୍ତିକ ଜେନା ଶ୍ରମିକ ପିଛା ୭୦ହଜାର ଟଙ୍କା ନେଇ ଦୁବାଇ ପଠାଇଥିଲେ । ସେଠାରେ ଉକ୍ତ ଶ୍ରମିକମାନଙ୍କୁ ନିୟମିତ ଦରମା ଦେବା ବଦଳରେ ସେମାନଙ୍କୁ ୪ମାସର ପାରିଶ୍ରମିକ ଦେଇନଥିବା ଏକ ଭିଡିଓ ମାଧ୍ୟମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ଫେରାଇ ନେବା ପାଇଁ ଶ୍ରୀ ନବଘନ ପଲେଇ , ଶ୍ରୀ ଶାନ୍ତନୁ ପଲେଇ , ଶ୍ରୀ କବି ଗୈଡ, ଶ୍ରୀ ବୁଲୁ ମଲ୍ଲିକ, ଶ୍ରୀ ଟୁନା ମଲ୍ଲିକ,ଶ୍ରୀ ଦେବରାଜ ମଲ୍ଲିକ , ଶ୍ରୀ ବିପ୍ର ଗୌଡ, ଶ୍ରୀ ବଂଶୀଧର ବାରିକ, ଜିତେନ୍ଦ୍ର ଗୈଡ,ଏ ସଂପର୍କରେ ଖବର ପାଇବା ପରେ ଶ୍ରମିକଙ୍କ ପରିବାର ବର୍ଗ ଗଂଜାମ ଜିଲ୍ଲାପାଳ ବିଜୟ ଅମଡତ କୁଲାଙ୍ଗେ, ଜିଲ୍ଲା ଶ୍ରମ ଅଧିକାରୀ, ସ୍ଥାନୀୟ ସାଂସଦ, ଓ ବିଧାୟିକାଙ୍କ ସମେତ ରାଜ୍ୟ ମୁଖ୍ୟମନ୍ତ୍ରୀ ବୈଦେଶିକ ମନ୍ତ୍ରଣାଳୟକୁ ଆବେଦନ କରି ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିବା ସହ ଶ୍ରମିକ ଚାଲାଣ କରୁଥିବା ଏଜେଣ୍ଟ ମାନଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ