ଦୁବୁଲାବେଡା ଛକରେ କାର୍ -ବାଇକ ମୁହାଁମୁହିଁ, ଜଣେ ଗୁରୁତର ,ଜଣେ ଆହତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରେ ଟାଉନଥାନା ଅନ୍ତର୍ଗତ ଦୁବୁଲାବେଡା ଛକରେ କାର/ବାଇକ ମୁହାଁମୁହିରେ ବାଇକ ରେ ଆରୋହୀ ମଧ୍ଯରୁ ଜଣେ ଗୁରୁତର ଓ ଜଣେ ଆହତ ।ସୂଚନାଯୋଗ୍ୟ ଯେ ବାଦାମପାହାଡ ଥାନା ଅନ୍ତର୍ଗତ ପୁରୁଣିଆ ଗାଁର ଲାଇଭା ସିଂ ଏବଂ ସିଂହ ସିଂ ତାଙ୍କର ଜ୍ଞାତି କୁଟୁମ୍ବ ଘରକୁ ବାଇକ ଓଡି୧୧ ଏନ ୯୪୩୦ରେ ଯାଇ କାମ ସାରି ଫେରୁଥିବା ବେଳେ ରାଇରଙ୍ଗପୁର-ଗୋରୁମହିଷାଣୀ ରାସ୍ତା ଦୁବୁଲାବେଡା ଛକରେ କାର ଜେଏଚ ୦୫କେଓ୍ବାଇ୭୦୮୧ ସହ ଧକ୍କା ହୋଇ ପିଚୁ ରାସ୍ତାରେ ଛିଟିକି ପଡିଥିଲେ ।ସେମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ