ଦୁରାରୋଗ୍ୟରେ ପିଡିତ ଯୁକ୍ତ୨ ଛାତ୍ର ହୃଷିକେଶ ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ, ସହାୟତା ପାଇଁ ବାପାଙ୍କ ନିବେଦନ

ହାଟଡ଼ିହି, : ଦୁରାରୋଗ୍ୟରେ ପିଡିତ ହୋଇ ଶଯ୍ୟାସାୟୀ ହୋଇପଡିଛନ୍ତି ଶିବନାରାୟଣପୁର ଗ୍ରାମର ଯୁକ୍ତ୨ ଶେଷବର୍ଷର ଛାତ୍ର ହୃଷିକେଶ ଖଣ୍ଡା (୧୮) । ସେ ଶାଳବଣୀ କଲେଜରେ ପଢୁଥିବାବେଳେ ଗତ କିଛିଦିନ ତଳେ ଅସୁସ୍ଥ ହୋଇପଡିବା ସହ ଚଲାବୁଲା କରି ନପାରିବାରୁ ବାପା ଅନାମ ତାକୁ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ହୃଷିକେଶର ରୋଗ ଠାବ ନହୋଇପାରିବାରୁ ତାକୁ ଭୁବନେଶ୍ୱରର ଆମ୍ରି ହସପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତରମାନେ ପରୀକ୍ଷାକରି ହୃଦଯନ୍ତ୍ରରେ ଛିଦ୍ର ସୃଷ୍ଟି ହୋଇଛି ଓ ଅପରେସନ ପାଇଁ ୫ଳକ୍ଷ ଯଙ୍କା ଖର୍ଚ୍ଚ ହେବ ବୋଲି କହିôତଲେ । ବିଚରା ଅନାମ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଓ ପରଘରେ କାମଦାମ କଲେ ପରିବାର ଚଳେ, ତେଣୁ ଏତେ ଟଙ୍କା କେଉଁଠୁ ଆଣିବେ ବୋଲି ଚିନ୍ତାରେ ପଡିଯାଇଛନ୍ତି । ଘରେ ଖାଇବାକୁ ଗଣ୍ଡେ ନଥିବାବେଳେ ପୁଅର ଏପରି ପରିସ୍ଥିତିରେ କଣ କରିବେ ସେଥିଲାଗି ସହାୟତା ପାଇଁ ନିବେଦନ କରିଛନ୍ତି । ହୃଷିକେଶ ଘରେ ପଡିଥିବାବେଳେ ଅର୍ଥାଭାବରୁ ଚିକିତ୍ସା ପାଇଁ କେଉଁଆଡେ ନେଇ ଯାଇପାରୁ ନାହାନ୍ତି । ପ୍ରଶାସନ ପକ୍ଷରୁ କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ଯଦି ସହାୟତାର ହାତ ବଢ଼ାନ୍ତେ ତେବେ ହୃଷିକେଶ ଭଲ ହୋଇପାରନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ