ଦୁର୍ଗମ ଅଞ୍ଚଳ ଗାଁରେ ହାଡଫୁଟି ଆତଙ୍କ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦୁର୍ଗମ ଅଞ୍ଚଳ ଗାଁରେ ହାଡଫୁଟି ଆତଙ୍କ । ୨ ଗୁରୁତର। ଗଜପତି ଜିଲ୍ଲା ମୋହନା  ବ୍ଲକ ଅନ୍ତର୍ଗତ ଖାରିଗୁଡ଼ା ପଞ୍ଚାୟତ ଅଧିନ ଆରୁମପାଟା ଗାଁରେ ହାଡଫୁଟି ବ୍ୟାପିବାରେ ଲାଗିଛି ।  ଗାଁରେ ଗତ ୩ ମାସ ମଧ୍ୟରେ ପ୍ରାୟ ୩୦ରୁ ୩୫ ଜଣ ହାଡଫୁଟି ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଳେ ଏବେ ବି ୨ ଜଣ ହାଡଫୁଟିରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଅଛନ୍ତି । ଗୁରୁତର ମାନେ ହେଲେ ଆବେଲ ମାଝୀ (୩୫) ଓ ୨ ବର୍ଷର ଯସ୍ମିତା ମାଝୀ। ଗ୍ରାମରେ ଦୀର୍ଘମାସ ଧରି ହାଡ ଫୁଟି ବ୍ୟାପିଥିଲେ ମଧ୍ୟ  ଅଙ୍ଗନବାଡ଼ି,  ଆଶା ଓ  ସ୍ବାସ୍ଥ୍ୟ କର୍ମୀଙ୍କ ପାଖରେ ଖବର ନଥିଲା କି ସେମାନେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏ ସଂପର୍କରେ ମଧ୍ୟ ଜଣାଇପାରିନଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗାଁଲୋକେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ସେମାନେ କେବଳ ଦେଶୀ ଚିକିତ୍ସା (ଚ଼େରମୂଳି)ଉପରେ ନିର୍ଭର କରି ଔଷଧ ବ୍ୟବହାର କରୁଥିଲେ। ଖବର ପାଇ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ଗୋପାଳକୃଷ୍ଣ ସାହୁ ଓ ଟିମ  ଆରୁମ ପାଟା ଗ୍ରାମରେ ପହଞ୍ଚି ଗୁରୁତର ମାନଙ୍କୁ ଚିକିତ୍ସା କରି ଔଷଧ ବିତରଣ କରିବା ସହ ଗାଁର ଆବାଳ, ବୃଦ୍ଧ, ବନିତା ମାନଙ୍କୁ ଆବଶ୍ୟକୀୟ ଔଷଧ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ