ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ସ୍ଵାଧୀନ ବିଧାୟକ ପ୍ରାର୍ଥୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ସାମ୍ବାଦିକ ଆମୋଦ କୁମାର ବର୍ଦ୍ଧନ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ପହଞ୍ଚି ନିଜର ପ୍ରଚାରକୁ ଜୋରଦାର କରିଛନ୍ତି. ବିଶେଷକରି ଯେଉଁ ଅପହଞ୍ଚ ଦୁର୍ଗମ ଗ୍ରାମକୁ କେବେ କୌଣସି ପ୍ରାର୍ଥୀ ପ୍ରଚାର ପାଇଁ ଆସନ୍ତି ନାହିଁ, ସେଭଳି ଗ୍ରାମରେ ପହଞ୍ଚି ଆମୋଦ ବର୍ଦ୍ଧନ ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ସେମାନଙ୍କ ଅସୁବିଧା ଓ ଦୁଃଖରେ ଦୁଃଖୀ ହେବା ସହ ଆଗାମୀ ନିର୍ବାଚନ ଫଳାଫଳରେ ହାରଜିତ ଯାହା ହେଲେ ମଧ୍ୟ ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବି ବୋଲି ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେବା ସହ ସାଧାରଣଙ୍କ ଆସ୍ଥାଭାଜନ ସହ ଆଶୀର୍ବାଦ ପାଇଛନ୍ତି. ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଆମୋଦ କୁମାର ବର୍ଦ୍ଧନ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅଧିନସ୍ଥ ନାମନଗଡ ପଞ୍ଚାୟତ ଅନ୍ତର୍ଗତ ଲୁରୁ ଗ୍ରାମ, ଗ୍ରାମର ବର୍ତ୍ତମାନ ପରିସ୍ଥିତି ଅନୁସାରେ ଏହି ଗ୍ରାମ ସତେ ଯେମିତି ଏକ ପ୍ରକାର ବିଚ୍ଛିନ୍ନାଞ୍ଚଳ ଭଳି ଅନୁଭବ ହେଉଛି କାରଣ ଗ୍ରାମକୁ ଯିବା ପାଇଁ ନା ଅଛି ରାସ୍ତା , ଯେଉଁ ମାଟି ରାସ୍ତାଟିଏ ଅଛି ତାହା ଏକପ୍ରକାର ମରଣଜନ୍ତା ପାଲଟି ଯାଇଛି ,ଗ୍ରାମବାସୀ ମାନେ ଦୀର୍ଘବର୍ଷ ଧରି ପିଇବା ପାଣି ପାଇଁ ଡହଳ ବିକଳ ହୋଇ ଜୀବନ ଜାପାନ କରୁଛନ୍ତି ,କାରଣ ଗ୍ରାମବାସୀ ପିଇବା ପାଣି ନିମନ୍ତେ ଗୋଟିଏ ଛୋଟ ଝରଣା ଉପରେ ନିର୍ଭର କରନ୍ତି ,ପିଇବା ପାଣି ପାଇଁ ପ୍ରଥମେ ଯେଉଁ ପରିବାର ବ୍ୟକ୍ତି ଝରଣା ପାଖରେ ପହଞ୍ଚୁଚି ସେହି ପରିବାର ପାଣି ପାଇବାରେ ସକ୍ଷମ ହେଉଛନ୍ତି ଏଭଳି ଦୁର୍ଦ୍ଦଶାରେ ଜୀବନ ବିତୁଛି ଲୂରୁ ଗ୍ରାମବାସୀଙ୍କ ଜୀବନ ଶୈଳୀ ,ଶିକ୍ଷା କଥା ନ କହିବା ଭଲ କାରଣ ଗ୍ରାମରେ ଯେଉଁ ପ୍ରାଥମିକ ଶିକ୍ଷାକେନ୍ଦ୍ର ଥିଲା ତାକୁ ସରକାରଙ୍କ ଦ୍ଵାରା ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି , ନା ଅଙ୍ଗନବାଡି କେନ୍ଦ୍ର ଅଛି ନା ଅଙ୍ଗନବାଡି ଦିଦି । ଏ ହେଉଛି ଲୂରୁ ଗ୍ରାମର ବିକାଶ । ଅନ୍ୟ ଏକ ଦୁର୍ଗମ ଗ୍ରାମ ଗୁମ୍ମା ବ୍ଲକ୍ ଅନ୍ତର୍ଗତ ତରଙ୍ଗଡା ପଞ୍ଚାୟତସ୍ଥ ତାମୁସିଂ ଗ୍ରାମ , ଗ୍ରାମଟି (ପାରଳାଖେମୁଣ୍ଡି – ଗୁମ୍ମା) ରାଜ୍ୟ ରାଜପଥ ଆମ୍ବାଝାରୀ ଠାରୁ ପ୍ରାୟ ୬ କିମି ପାହାଡ଼ ଉପରେ ଅବସ୍ଥିତ। ଏହି ଗ୍ରାମକୁ ଯାତାୟାତ ପାଇଁ କୌଣସି ସୁବିଧା ନାହିଁ କାରଣ ଯେଉଁ ରାସ୍ତା ଅଛି ତାହା ସଂପୂର୍ଣ୍ଣ ମରଣ ଯନ୍ତା ପାଲଟିଛି ,ଗ୍ରାମର ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ କାରଣ ପାଠପଢିବା ପାଇଁ ପିଲାମାନେ ୬ କିମି ଚାଲି ଚାଲି ଅଣ୍ଡରସିଂ ଗ୍ରାମକୁ ଆସିବାକୁ ପଡୁଛି।ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଯଦି ଚିନ୍ତାକରୁ ତେବେ ତାହା ଅତୀବ ଦୁଃଖଦ ଓ ହୃଦୟ ବିଦାରକ କାରଣ ଗ୍ରାମର ପ୍ରସୂତି ମହିଳା ମାନଙ୍କୁ ଖଟ ସାହାଯ୍ୟରେ କାନ୍ଧରେ ବୁହାହୋଇ ୬ କିମି ଅଣାଯାଏ, ତେବେ ବୁହହୋଇ ଅଣାଯିବ ସମୟରେ କେତେବେଳେ ଯେ ଜୀବନ ଚାଲିଯିବ ତାହାର କୌଣସି ଠିକଣା ନାହିଁ । ତେବେ ପ୍ରଥମ ଥର ଏମାନଙ୍କ ନିକଟରେ ପହଞ୍ଚିଛନ୍ତି ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀ ଆମୋଦ କୁମାର ବର୍ଦ୍ଧନ ଓ ସେମାନଙ୍କ ସମସ୍ତ ସମସ୍ୟାକୁ ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।ଯାହା ଦ୍ଵାରା ଉଭୟ ଦୁଇ ଗ୍ରାମର ଗ୍ରାମବାସୀ ଓ ଭୋଟର ଶ୍ରୀ ବର୍ଦ୍ଧନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଓ ସମର୍ଥ କରିବା ସହ ଚଳିତ ନିର୍ବାଚନର ଶ୍ରୀ ଆମୋଦ କୁମାର ବର୍ଦ୍ଧନଙ୍କୁ ଜୟଯୁକ୍ତ ହେବାରେ ଆଶୀର୍ବାଦ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।