ଦୁର୍ଗାପୂଜାକୁ ନେଇ ଉତ୍ସବମୁଖର ରାଇରଙ୍ଗପୁର ସହର

ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ଶାରଦୀୟ ଦୁର୍ଗାପୂଜା ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ଚଳଚଂଚଳ ହୋଇପଡିଛି । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ତଥା ଅସ୍ଥାୟୀ ମଣ୍ଡପରେ ଚାଲିଛି ମାଙ୍କର ପୂଜାର୍ଚ୍ଚନା । ରାଇରଙ୍ଗପୁରନିକଟସ୍ଥ ବହଳଦାର ଶକ୍ତିପୀଠ ମା’କିଚକେଶ୍ବରୀ ମନ୍ଦିର ,ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ମା ବୀମଳା ମନ୍ଦିର ପୀଠରେ ପୂଜନ ଏବଂ କୁଚେଇବୁଡି, ପୁରୁଣାଘାଟୀ ବଜାର, ଅଁଳାଡୁବା, ଇଚିଣ୍ଡା, ସାକିଲାଡିହି, ହାଟବାଦଡା, ତିରିଂ, ଜାମଦା, ବାଦାମପାହାଡ,ଗୋରୁମହିଷାଣି ପ୍ରମୁଖ ପୂଜାମଣ୍ଡପରେ ମାଙ୍କ ମୃଣ୍ମୟ ମୂର୍ତ୍ତିରେ ଆକର୍ଷଣୀୟ ମେଢ,ତୋରଣ,ଆଲୋକସଜ୍ଜା ଦେଖିବାକୁ ଶ୍ରଦ୍ଧାଳୁଙ୍କପ୍ରବଳ ଭିଡ ଲାଗିରହିଥିଲା । ଶ୍ରଦ୍ଧାଳୁଙ୍କ ନବରାତ୍ର ସାତ୍ତ୍ବିକ ବ୍ରତ,ଉପବାସ ଏକ ଆଧ୍ୟାତ୍ମିକ ପରିବେଶ ପାଇଁ ବାଟ ଫିଟାଇଥିଲା । ଘରର ଆବାଳ ବୃଦ୍ଧି ବନିତା ନବ ବସ୍ତ୍ର ପରିଧାନ କରି ସଂଧ୍ୟାରେ ମେଢକୁ ମେଢ ବୁଲି ମା’ଙ୍କ ଆଶୀର୍ବାଦ ନେଇଥିଲେ । ପୂଜା କମିଟି ତରଫରୁ ବିଭିନ୍ନ ସ୍ଥାନରେ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ସାଂସ୍କୃତିକ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ