ଦୁର୍ଗାପୂଜାକୁ ନେଇ ବ୍ରହ୍ମପୁର ମଣ୍ଡଳ କାରାଗାର ଉତ୍ସବମୁଖର
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଜଗତଜନନୀ ମା ଦୁର୍ଗାଙ୍କର ନବରାତ୍ରୀ ପୂଜାକୁ ନେଇ ଉତ୍ସବମୁଖର ସାରା ସହର । ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ମଣ୍ଡପରେ ମୃଣ୍ମୟ ମୁର୍ତ୍ତୀ ସ୍ଥାପନା କରାଯାଇ ବେଶ ଧୁମଧାମରେ ନବରାତ୍ରୀ ପୂଜା ପାଳନ କରାଯାଉଛି । ସେହିକ୍ରମରେ କାରାଗାର ପରିସରରେ ଅନ୍ତେବାସୀଙ୍କ ପକ୍ଷରୁ ସୁନ୍ଦର ମେଢ ନିର୍ମାଣ କରାଯାଇ କାରାଗାର ପରିସରରେ ଘଣ୍ଟ, କୀର୍ତ୍ତନ, ହୁଳହୁଳି, ଶଙ୍ଖ ନାଦରେ ପ୍ରକମ୍ପିତ୍ତ୍ୱ ହେଉଛି । ଅନ୍ତେବାସୀଙ୍କ ହୃଦୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହ ସେମାନଙ୍କର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁସ ପ୍ରତିବର୍ଷ ଏହି ପୂଜାର ଆୟୋଜନ କରାଯାଉଛି ।