ଦୁର୍ଗାପୂଜା କଟକଣା କୋହଳ ପାଇଁ ସରକାରଙ୍କୁ ନିବେଦନ

କଟକ:(ଦୀପକ୍ କୁମାର ବେଉରା) ଆସୁଛି ପାର୍ବଣ ଋତୁ । କରୋନା ମହାମାରୀ ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ପାର୍ବଣ ଋତୁ ଉପରେ ଲାଗିଛି କଟକଣା । କେବଳ ସମିତି ପୂଜକରେ ହେବ ଦୁର୍ଗାପୂଜା । ଏନେଇ ସରକାରଙ୍କ ତରଫରୁ ଗାଇଡଲାଇନ ଜାରି ହୋଇଛି । ମୂର୍ତ୍ତିର ଉଚ୍ଚତାକୁ ନେଇ ମଧ୍ୟ ଜାରି ହୋଇଛି ଗାଇଡ଼ଲାଇନ । ହେଲେ ଏହାକୁ ବିରୋଧ କରି ମତ ରଖିଛନ୍ତି କଟକର ସମସ୍ତ ପୂଜା କମିଟି ।ଏପରି ସ୍ଥଳରେ ଗତକାଲି ବସିଥିବା ମହାନଗର ଶାନ୍ତି କମିଟି ବୈଠକରେ ଆସିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପାର୍ବଣକୁ ନେଇ ରାଜ୍ୟ ସରକାର ଜାରି କରିଥିବା ଗାଇଡ଼ ଲାଇନକୁ କୋହଳ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିବ ଶାନ୍ତି କମିଟି । ଏନେଇ କମିଟି କହିଛି ଯେ ମା’ ଦୁର୍ଗାଙ୍କ ଉଚ୍ଚତା କମ ବହୁତରେ କୋଭିଡ ବୃଦ୍ଧି କି କମ୍‌ ହେବନି । ତେଣୁ ସରକାର କଟକରେ ଦୁର୍ଗା ପୂଜାକୁ ଆଶା ଅନୁରୂପ କୋହଳ କରିବେ ବୋଲି ଆଶା ରଖିଛି କଟକ ଶାନ୍ତି କମିଟି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ