ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ପାରାଦ୍ୱୀପ (ଯୁଗାବ୍ଦ ନ୍ୟୁଜ) ଚଳିତ ବର୍ଷ ମା ଦୁର୍ଗା ଦେବୀଙ୍କର ଶାରଦୀୟ ପୂଜା ଉତ୍ସବ ପାଳନ କରାଯିବା ପାଇଁ ପାରାଦୀପ ପୋର୍ଟ ବଣିକ ସଂଘ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଏହି ପୂଜା ପାଇଁ ଗତ ୨୯ତାରିଖରେ ମା’ଙ୍କର ନବ ଦିନାତ୍ମକ ପୂଜାରମ୍ଭ ହୋଇଥିବା ବେଳେ ଆସନ୍ତା ୪ତାରିଖରେ ବିଲ୍ୱାଧିବାସ କରାଯିବ । ସେହିପରି ୫ତାରିଖରେ ମହାସପ୍ତମୀ ପୂଜା, ୬ରେ ମହାଷ୍ଟମୀ ପୂଜା, ୭ ତାରିଖରେ ମହାନବମୀ ପୂଜା, ୮ରେ ବିଜୟା ଦଶମୀ (ଦଶହରା) ପୂଜା ମହାଆଡମ୍ବର ସହକାରେ ପାଳନ କରାଯିବ ବୋଲି ସଂଘର ସଭାପତି ତଥା ରାଜ୍ୟ ବିଜେଡି ସଂପାଦକ, ବରିଷ୍ଠ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ଜଣାଇଛନ୍ତି । ମହାଷ୍ଟମୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତ୍ର୧୧ଟା ପର୍ଯ୍ୟନ୍ତ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଓଡିଆ ଚଳଚିତ୍ର ଜଗତର ସୁନାମଧନ୍ୟ ଚିତ୍ର ତାରକା, ପ୍ରଚ୍ଛଦପଟ ଗାୟକ:ଗାୟୀକା, ହାସ୍ୟାଭିନେତା ପରିବେଷଣ କରିବେ ବୋଲି ଆୟୋଜନ କରାଯାଇଛି । ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ବଣିକ ସଙ୍ଘର ସଭାପତି ଶ୍ରୀ ପଟ୍ଟନାୟକ ।