ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ନୃସିଂହ ବଣିକସଂଘ ତରଫରୁ ବୁଧବାର ସଂଧ୍ୟାରେ ହିଞ୍ଜିଳିକାଟୁ ନଡିଆ ଵଜାର ପରିସରରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଆୟୋଜିତ ଦୁର୍ଗାପୂଜା ଅସ୍ଥାୟୀ ମଣ୍ଡପ ଠାରେ ସପ୍ତମୀ ଠାରୁ ପୂଜାତ୍ସୋବ ଅନୁଷ୍ଠିତ ହେବ । ଦୂର୍ଗାପୂଜା କମିଟି ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଲକ୍ଷ୍ମୀ ନୃସିଂହ। ବଣିକସଂଘର କର୍ମକର୍ତ୍ତା ମାନେ ବାଦ୍ଯ ବାଜଣା ସହ ଏକ ଶୋଭାଯାତ୍ରାରେ ବାହାରି ହିଞ୍ଜିଳିକାଟୁ ମୁଖ୍ୟଵଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ଵର ମନ୍ଦିରରେ ପୂଜାର୍ଚ୍ଚନା କରି ଵଜାର ଦେଇ ଆହାରକେନ୍ଦ୍ର ନିକଟସ୍ଥ ମା’ଙ୍କ ପୂଜା ମଣ୍ଡପସ୍ଥଳରେ ପହଞ୍ଚି ଯଥା ରୀତିନୀତି ଅନୁସାରେ ଶୁଭଖୁଣ୍ଟିକୁ ସ୍ଥାପନ କରାଯାଇଥିଲା । ପୁରୋହିତ ଭାବେ ତପନ କୁମାର ପାଢି ଓ ସନ୍ତୋଷ ପାଢି ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ବଣିକସଂଘ ସମ୍ପାଦକ ବିଶ୍ବମ୍ବର ସାହୁ ଦାୟିତ୍ବ ନିର୍ବାହ କରିଥିଲେ । ପୂଜା କମିଟିର ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ହିଞ୍ଜିଳିକାଟୁ ବଣିକସଂଘ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, ଉପସଭାପତି ଟି ରାମେଶ୍ବର ପାତ୍ର, କୋଷାଧ୍ୟକ୍ଷ ପ୍ରତାପ କୁମାର ସାହୁ, ଯୁଗଳ ପଣ୍ଡା, କିଶୋର ଚୈଧୁରୀ, ତ୍ରିପତି ପାତ୍ର, ଭୀମ ନାୟକ, ଅନ୍ତର୍ଯ୍ୟାମୀ ସାହୁ, ଦିନବନ୍ଧୁ ଵେହେରା, ସୀମାଞ୍ଚଳ ପାତ୍ର,କାଳିଆ ପଣ୍ଡା, ଡମ୍ବୁରୁ ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ଲକ୍ଷ୍ମୀ ନୃସିଂହ ବଣିକସଂଘ ର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।


