ଦୁର୍ଗାପୂଜାରେ ମୂର୍ତ୍ତି ଉଚ୍ଚତାକୁ ନେଇ ପତିକ୍ରୀୟ ରଖିଲେ ବିଧାୟକ ମହମ୍ମଦ ମୋକିମ୍

କଟକ, (ଦୀପକ୍ କୁମାର ବେଉରା) ମହମାରୀ କରୋନା ସାରା ରାଜ୍ୟ କୁ କବଳିତ କରି ସାରିଛି ଏଇ ପରିପ୍ରେକ୍ଷୀରେ ଆଗକୁ ଆସୁଥିବା ପାର୍ବଣ ଋତୁ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡ଼ ଲାଇନ । ମୂର୍ତ୍ତି ୪ ଫୁଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ହେଲେ କଟକର ମାଆଙ୍କ ମୂର୍ତ୍ତି ଛୋଟ ହେବା ପ୍ରସଙ୍ଗ ଉପରେ ଗର୍ଜିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ମୋକିମଙ୍କ କହିବାନୁଯାୟୀ, କଟକ ସହରରେ ଦୁର୍ଗା ପୂଜା ହେଉଛି ସର୍ବ ପୁରାତନ ।ପ୍ରତ୍ୟେକ କଟକିଆଙ୍କ ଭାବବେଗ ସହ ଜଡିତ ଏହି ପାର୍ବଣ । ମାଆଙ୍କ ମୂର୍ତ୍ତି ଯଦି ଛୋଟ ହୁଏ । ତେବେ ଏହା ପରମ୍ପରା ଉପରେ ପ୍ରଭାବ ପଡିବ । ସରକାରଙ୍କ ଗାଇଡ ଲାଇନରେ କୋହଳ ହେବାର ଆବଶ୍ୟକ ରହିଛି । ଭିଡକୁ ଆୟତ୍ତ ପାଇଁ ସରକାର କୋଭିଡ କଟକଣା ଜୋରଦାର କରନ୍ତୁ । କିନ୍ତୁ ମୂର୍ତ୍ତିକୁ ନେଇ କୈଣସି ଗାଇଡ ଲାଇନ ନ କରିବା ଭଲ । ଏହି ଦିଗରେ ସରକାର ଶୀଘ୍ର ନିଷ୍ପତ୍ତି ନେବାକୁ କହିଛନ୍ତି ବିଧାୟକ ମୋକିମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ