ଦୁର୍ଗାପୂଜା ଶାନ୍ତିକମିଟିର ଆସନ୍ତା ଭସାଣୀରେ ଶାନ୍ତିପୂର୍ଣ୍ଣ ଭାବରେ ସମାପନ କରିବାପାଇଁ ଚୂଡ଼ାନ୍ତ ନିଷ୍ପତ୍ତି
ବାଲେଶ୍ୱର, (ସରୋଜ ପଣ୍ଡା) : ଦିବା ୧୦ଘଟିକା ସମୟରେ ସ୍ଥାନୀୟ ନୃତ୍ୟ ସଂଗୀତ କଳା ମନ୍ଦିର ପରିସରରେ କମିଟିର ସଭାପତି ପଦ୍ମଲୋଚନ ଲେଙ୍କାଙ୍କ ସଭାପତିତ୍ୱରେ ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକ ଶାନ୍ତି କମିଟି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ମଧ୍ୟରୁ ୨ଗୋଟି ପ୍ରସ୍ତାବ ପ୍ରଶାସନ ଗ୍ରହଣ କରିଥିବାରୁ ଜିଲ୍ଲାପାଳଙ୍କୁ କମିଟି ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । କିନ୍ତୁ କମିଟିର ଅନ୍ୟ ପ୍ରସ୍ତାବ ଉପରେ ପ୍ରଶାସନ ଧ୍ୟାନ ନ ଦେଇ ଅତ୍ୟଧିକ ବିଦ୍ୟୁତ୍ ତାରିଫ ଆଦାୟ, ପୌରପରିଷଦ ଦ୍ୱାରା ଅମାନତ ରାଶି ୩୦୦୦/- ଆଦାୟ ଅଯୁକ୍ତିକ ଥିବାରୁ ସଂଘର କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ ଏବଂ ଏହାର ପ୍ରତିକାର କରିବାପାଇଁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେବାପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।କମିଟିର ନିଷ୍ପତ୍ତି ଅନୁଯାୟୀ ବିସର୍ଜନ ଦିନ ସକାଳ ୮ ଘଟିକାରେ ସମସ୍ତ ମେଢ଼ ବାହାର କରି ସିନେମା ଛକରେ ପହଞ୍ôଚବ । ଡି.ଜେ. ବ୍ୟବହାର ନ କରିବା ଓ ଲେଜର୍ ଲାଇଟ୍ ବ୍ୟବହାର ନ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଗଲା । ଉପସଭାପତି ହିମାଂଶୁ ଶେଖର ଦାସଙ୍କ ପ୍ରସ୍ତାବ ଅନୁଯାୟୀ ଭସାଣୀ ସମୟରେ ସମସ୍ତ ମେଢ଼ମାନଙ୍କର କର୍ମକର୍ତ୍ତାମାନଙ୍କୁ କମିଟି ତରଫରୁ ଥଣ୍ଡାପାନୀୟ ଓ ଆଶୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।