ଦୁର୍ଗାପୂଜା ସକାଶେ ଶୁଭଖୁଂଟି ସ୍ଥାପନ

ହିଂଜିଳିକାଟୁ, (ଶେଷଦେବ ସାହୁ): ଜଗତଜନନୀ ମା’ ଦୁର୍ଗାଙ୍କ ପୂଜାତ୍ସୋବ ସକାଶେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକ ଆଜିଠାରୁ ଉତ୍ସବ ମୁଖର ହୋଇପଡ଼ିଛି । ଏହି ଅବସରରେ ଶୁକବ୍ରାର ରାତିରେ ସ୍ଥାନୀୟ ପୌରାଂଚଳ ଲକ୍ଷ୍ମୀନୃସିଂହ ବଣିକ ସଙ୍ଘ ପକ୍ଷରୁ ଲକ୍ଷ୍ମୀବଜାର ପରିସରସ୍ଥ ଦୁର୍ଗାମଣ୍ଡପ ପରିସରରେ ଦୁର୍ଗାପୂଜା ସକାଶେ ଶୁଭଖୁଂଟି ସ୍ଥାପନ କରାଯାଇଛି । ଦୁର୍ଗାପୂଜା କମିଟି ସଭାପତି କୁନା ମହାପାତ୍ରଙ୍କ ନେତୃତ୍ୱରେ ପୂଜା କର୍ମକର୍ତା ମାନେ ଏକତ୍ରିତ ହୋଇ ବିଭିନ୍ନ ବାଦ୍ୟ ବାଜଣା ସହକାରେ ଗ୍ରାମ ପରିକ୍ରମା କରିଥିଲେ । ଅକ୍ଟୋବର ୩ ତାରିଖରେ ଜଳାଭିଷେକ ଓ ୪ ତାରିଖ ଠାରୁ ଯଞ୍ଜାରମ୍ଭ ହୋଇ ୮ ତାରିଖରେ ପୂର୍ଣ୍ଣାହୁତି ହେବ ଏବଂ ୯ ତାରିଖରେ ଜଗତ ଜନନୀ ମା’ ଦୁର୍ଗାଙ୍କୁ ମେଲାଣି ଦିଆଯିବ । ପୂଜା ଅବସରରେ ପୂଜା ମଣ୍ଡପ ନିକଟରେ ୪ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେବଷଣ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । କମିଟି ସଭ୍ୟ ବିଶ୍ୱମ୍ବର ସାହୁ, ଟି. ରାମେଶ୍ୱର ପାତ୍ର, ଅନ୍ତର୍ଯ୍ୟାମି ସାହୁ, ଯୁଗଳ କିଶୋର ପଣ୍ଡା, କିଶୋର ଚନ୍ଦ୍ର ଚୌଧୁରୀ, ଦିଲ୍ଲିପ ଡ଼ାକୁଆ, ଯୋଗିନ୍ଦ୍ର ପାଣିଗ୍ରାହୀ, ସିମାଂଚଳ ପାତ୍ର, ବୁଢା ସାହୁ, କୃଷ୍ଣଚନ୍ଦ୍ର ନାୟକ, ମଂଟୁ ସାହୁ, ସନ୍ତୋଷ କୁମାର ପାଠି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ