ଦୁର୍ଗାପୂଜା ୱେଲଫେୟାର ଆସୋସିଏସନ ପକ୍ଷରୁ ତିରୁପତି ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପୁଣି ମୁମ୍ବାଇରେ ଚମକିଲେ ଓଡ଼ିଆ ପୁଅ. ଆମ ରାଜ୍ୟ କ୍ଷେତ୍ରରେ ବହୁ ପ୍ରତିଷ୍ଠା, ଖ୍ୟାତି ଅର୍ଜନ କରିଛନ୍ତି. ଯାହା ଆମ ଦେଶ ପାଇଁ ଗୌରବ ଆଣିଦେଇଛି. ମୁମ୍ବାଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ପାରଳାଖେମୁଣ୍ଡି ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ତଥା ହାଇଟେକ ଗ୍ରୁପର ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ ସମ୍ବର୍ଦ୍ଧିତ ହୋଇଛନ୍ତି. ନବି ମୁମ୍ବାଇସ୍ଥିତ ମା ଦୁର୍ଗାପୂଜା ୱେଲଫେୟାର ଆସୋସିଏସନର ଦୁର୍ଗା ପୂଜା ମହୋତ୍ସବରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ମାନିତ କରିଥିଲେ. ଏହି ଅବସରରେ ଶ୍ରୀ ପାଣିଗ୍ରାହୀ କହିଥିଲେଯେ ଏହି ସମ୍ବର୍ଦ୍ଧନା ଆଗାମୀ ଦିନରେ ଓଡ଼ିଶାର ସ୍ୱାସ୍ଥ୍ୟକ୍ଷେତ୍ରରେ ଆହୁରି ଉନ୍ନତମାନର ସେବା ଯୋଗାଇବାର ପ୍ରେରଣା ଯୋଗାଇଵା ସହ ଦେଶ ଵା ରାଜ୍ୟ କ୍ଷେତ୍ରରେ ବିକାଶ ପଥରେ ଆଗକୁ ନେବାରେ ପ୍ରତିଶୃତି ଦେଇଛନ୍ତି.