ଦୁର୍ଗାପ୍ରସାଦ ଓ ଗାଜଲବାଡ଼ି ଚେକ ପୋଷ୍ଟ ପରିଦର୍ଶନ କଲେ ଗଞ୍ଜାମ ଏସ୍‌ପି

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଂଜାମ ଏସ ପି ବ୍ରିଜେଶ କୁମାର ରାଏ ଆଜି ଜିଲ୍ଲାକୁ ସଂଯୋଗ କରୁଥିବା ବିଭିନ୍ନ ଚେକ ପୋଷ୍ଟ ପରିଦର୍ଶନରେ ବାହାରି ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଠାରେ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ପୋଲିସ ଚେକ ପୋଷ୍ଟକୁ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭଞ୍ଜନଗର ପୋଲିସ ପକ୍ଷରୁ ହୋଇଥିବା ସମସ୍ତ ବ୍ୟ।ରିକେଟ ବ୍ୟବସ୍ଥା ଦେଖି ଖୁସି ବ୍ୟକ୍ତ କରିବା ସହିତ ଅମାନିଆ ମାନଙ୍କୁ ସାବାଡ଼ କରିବାକୁ ପରାମର୍ଶ ଦେଇଥିଲେ। ଏସିପ ଶ୍ରୀ ରାଏଙ୍କ ଏହି ପରିଦର୍ଶନ ସମୟରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର , ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଓ ଅଧସ୍ତନ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେହିପରି ସୋରଡ଼ା ଥାନା ଅନ୍ତର୍ଗତ ଗାଜଲବାଡ଼ି ଠାରେ କନ୍ଧମାଳ ଜିଲ୍ଲା କୁ ସଂଯୋଗ କରୁଥିବା ଚେକ ପୋଷ୍ଟ ପରିଦର୍ଶନ କରିବା ସହିତ ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ