ଦୁର୍ଗାମାଧବଙ୍କ ପାଇଁ ଶ୍ରୀକ୍ଷେତ୍ରରୁ ଆସିଲା ମାଜଣା ସାମଗ୍ରୀ

ନିମାପଡ଼ା,(ସନ୍ତୋଷ ଦାଶ): ପ୍ରାଚୀ ଉପତ୍ୟକା ମାଧବ ଗ୍ରାମ ର ଦୁର୍ଗାମାଧବ ଙ୍କ ଜନ୍ମ ଉତ୍ସବ ମାଘ ମାସ ଏକାଦେଶୀ ବା ଭୌମ୍ୟ ଏକାଦେଶୀ ତିଥି ରେ ଅନୁଷ୍ଠିତ ହୋଇଥିଲା। ମାଧବ ଗ୍ରାମ ର ଦୂର୍ଗା ମାଧବ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ମାମୁଁ ବୋଲି ଲୋକକଥା ରହିଛି। ସେହି ଅନୁସାରେ ପ୍ରତିବର୍ଷ ପ୍ରଥମାଷ୍ଟମୀ
ତିଥି ରେ ଆମ ଓଡ଼ିଆ ପରମ୍ପରା ଅନୁସାରେ ମାଧବ ମନ୍ଦିର ରୁ ପୁରୀ ଶ୍ରୀ କ୍ଷେତ୍ର କୁ ଭାର ପଠା ଯାଇଥାଏ।ଏହି ଭାର ରେ ନବ ପାଟବସ୍ତ୍ର,ଫୁଲ, ତୁଳସୀ, ଫଳମୂଳ ପଠା ଯାଇଥାଏ।ସେହିପରି ମାମୁଁ ଦୁର୍ଗା ମାଧବ ଙ୍କ ଜନ୍ମ ଉତ୍ସବ ପାଇଁ ପୁରୀ ଶ୍ରୀ କ୍ଷେତ୍ର ରୁ ମାଧବ ମନ୍ଦିର କୁ ମଧ୍ୟ ମାଜଣା ଭାର ଆସିଥିଲା। ଶ୍ରୀ ଜଗନ୍ନାଥ ଙ୍କ ବିଶ୍ୱାବସୁ ସେବକ ବିନାୟକ ଦାସ ମହାପାତ୍ର, ରାମକୃଷ୍ଣ ମହାପାତ୍ର, ସତ୍ୟବ୍ରତ ପୂଜାପଣ୍ଡା, ଅନନ୍ତ ଦାସ ମହାପାତ୍ର, ସତ୍ୟ ନାରାୟଣ ସେନାପତି, ମିନାକ୍ଷୀ ପୃଷ୍ଟି, କସ୍ତୁରୀ ବାଳା ସ୍ବାଇଁ ପ୍ରମୁଖ ଙ୍କ ନେତୃତ୍ୱ ରେ ମାଜଣା ଭାର ଆସିଥିବା ବେଳେ ସେମାନଙ୍କୁ ଚାରିଛକ ଠାରେ ଚାରିଛକ ସାମ୍ବାଦିକ ସଂଘ ଉପଦେଷ୍ଟା ସନ୍ତୋଷ ମିତ୍ର, ସଭାପତି ପ୍ରଫୁଲ୍ଲ କୁମାର କର, ସମ୍ପାଦକ ବସନ୍ତ କୁମାର ଦାସ, ମାଧବ ମନ୍ଦିର ହେଡଟାରି ଟ୍ରଷ୍ଟି ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ, ସମାଜସେବୀ ସବ୍ୟସାଚୀ ରାୟ ଚୂଡାମଣି, ଅରକ୍ଷିତ ଭୋଇ ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ମାଧବ ମନ୍ଦିର କୁ ପାଛୋଟି ନେଇଥିଲେ। ଶ୍ରୀ ଜଗନ୍ନାଥ ଙ୍କ ସେବକ ମାନେ ଦୁର୍ଗାମାଧବ ଙ୍କ ପାଇଁ ବାସୁଙ୍ଗା ପାଟ ବସ୍ତ୍ର,ତୁଳସୀ, ଫୁଲ, ଫଳ, କସ୍ତୁରୀ, ଚନ୍ଦନ ଓ ମହାପ୍ରସାଦ ପ୍ରଭୃତି ଆଣି ଆସିଥିଲେ। ସବୁ ସାମଗ୍ରୀ କୁ ମାଧବ ମନ୍ଦିର ପ୍ରଶାସନ କୁ ପ୍ରଦାନ କରା ଯିବା ପରେ ଦୂର୍ଗା ମାଧବ ଙ୍କ ମାଜଣା ନୀତି ଅନୁଷ୍ଠିତ ହୋଇ ଥିଲା। ଜନ୍ମ ଉତ୍ସବ ପାଇଁ ପ୍ରଭୁ ଦୁର୍ଗା ମାଧବ ଭକ୍ତ ମାନଙ୍କୁ ସୁନା ବେଶ ରେ ଦର୍ଶନ ଦେଇଥିଲେ। ସମଗ୍ର ପ୍ରାଚୀ ଉପତ୍ୟକା ଏଥିପାଇଁ ଉତ୍ସବ ମୁଖର ହୋଇ ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ